ଭଦ୍ରକ: ସାରା ବିଶ୍ୱରେ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ଏନେଇ ଭଦ୍ରକରେ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରଥମେ ବ୍ଲିଚିଙ୍ଗ କରାଯିବା ପରେ ସୋଡିୟମ ହାଇପ କ୍ଲୋରାଇଡ୍ ଛିଞ୍ଚନ କରାଯାଉଛି।
ଭଦ୍ରକରୁ ଦୁଇ କୋରୋନା ଚିହ୍ନଟ ପରେ ବିଶୋଧନ ପ୍ରକ୍ରିୟା ଆରମ୍ଭ - two corona in Bhadrak
ଭଦ୍ରକରେ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରଥମେ ବ୍ଲିଚିଙ୍ଗ କରାଯିବା ପରେ ସୋଡିୟମ ହାଇପ କ୍ଲୋରାଇଡ୍ ଛିଞ୍ଚନ କରାଯାଉଛି। ଅଧିକ ପଢନ୍ତୁ...
![ଭଦ୍ରକରୁ ଦୁଇ କୋରୋନା ଚିହ୍ନଟ ପରେ ବିଶୋଧନ ପ୍ରକ୍ରିୟା ଆରମ୍ଭ The purification begins after the identification of two corona in Bhadrak](https://etvbharatimages.akamaized.net/etvbharat/prod-images/768-512-6680770-thumbnail-3x2-bhadrak.jpg)
ଭଦ୍ରକରେ ଦୁଇ କୋରୋନା ଚିହ୍ନଟ ପରେ ବିଶୋଧନ ପ୍ରକ୍ରିୟା ଆରମ୍ଭ
ଭଦ୍ରକରେ ଦୁଇ କୋରୋନା ଚିହ୍ନଟ ପରେ ବିଶୋଧନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ମୋଟେଲ ଛକ, ବନ୍ତ ଛକ, କଚେରୀ ବଜାର, ଚରମ୍ପା, ପୁରୁଣା ବଜାର, ନୂଆ ବଜାର ଆଦି ଅଞ୍ଚଳରେ ଏହି ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁ ଅଞ୍ଚଳରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେସବୁକୁ ଅଞ୍ଚଳରେ ଭଲ ଭାବରେ ଏହି ବିଶୋଧନ କାର୍ଯ୍ୟ ଚାଲିଛି। ତେବେ ଏହି ବିଶୋଧନ ଓ ସଫେଇ କାର୍ଯ୍ୟ କିପରି ଚାଲିଛି, ସେନେଇ ଆମ ପ୍ରତିନିଧି ଫାୟାର ଅଫିସର ରମେଶ ଚନ୍ଦ୍ର ବେହେରାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ