ଓଡିଶା

odisha

ମହିଳାଙ୍କୁ ନିର୍ଯାତନା ସହ ହତ୍ୟା ଉଦ୍ୟମ

By

Published : Dec 18, 2020, 10:53 PM IST

ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଧିନ ଗୋପସାହିରେ ବୋହୂକୁ ନିର୍ଯାତନା ସହ ହତ୍ୟା ଉଦ୍ୟମ କରାଯିବାର ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

ମହିଳାଙ୍କୁ ନିର୍ଯାତନା ସହ ହତ୍ୟା ଉଦ୍ୟମ
ମହିଳାଙ୍କୁ ନିର୍ଯାତନା ସହ ହତ୍ୟା ଉଦ୍ୟମ

ଭଦ୍ରକ: ଶାଶୁ ଘର ନିର୍ଯାତନାରେ ବୋହୁ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଶାଶୁ, ଶ୍ୱଶୁର, ଦିଅର ଓ ଯାଆ ମିଳିତ ଭାବେ ବୋହୁକୁ ମାଡମାରିବା ସହିତ ନାଳରେ ପକାଇ ବେକରେ ଗୋଡ ଦେଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଗୁରୁତର ଅବସ୍ଥାରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ଛାତି ଓ ପେଟର ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ମହିଳାଙ୍କୁ ନିର୍ଯାତନା ସହ ହତ୍ୟା ଉଦ୍ୟମ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଗୋପସାହିର ଗୋବିନ୍ଦ ମାଝୀଙ୍କ ସ୍ତ୍ରୀ ହେମ ମାଝୀ 2013 ମସିହାରେ ଗୋବିନ୍ଦକୁ ବିବାହ କରିଥିଲେ । ବିବାହ ପରଠାରୁ ଶାଶୁ ଘର ଲୋକେ ତାଙ୍କୁ ମାନସିକ, ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିବା ସୂଚନା ମିଳିଛି । ତେବେ ଆଜି ସାମାନ୍ୟ ଘଟଣାକୁ ଆଳ କରି ଶାଶୁ, ଶ୍ୱଶୁର, ଦିଅର ଓ ଯାଆ ମିଳିତ ଭାବେ ହେମଙ୍କୁ ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଏହି ଆକ୍ରମଣ ସମୟରେ ସେ ପାଖରେ ଥିବା ଏକ ନାଳରେ ପଡି ଯାଇଥିଲେ । ଏହାର ସୁଯୋଗରେ ସେମାନେ ତାଙ୍କ ଛାତିରେ ଚଢି ପାଟିରେ ବାଡି ପୁରାଇ ଦେଇଥିଲେ ବୋଲି ଜଣାପଡିଛି । ତାଙ୍କ ଚିତ୍କାର ଶୁଣି ସ୍ୱାମୀ ଗୋବିନ୍ଦ ଦୌଡିଆସି ରକ୍ଷା କରିବା ଲାଗି ଉଦ୍ୟମ କରୁଥିବା ବେଳେ ତାଙ୍କ ଦିଅର ବାଡିରେ ପ୍ରହାର କରିଥିବା ଏତଲାରେ ଦର୍ଶାଯାଇଛି । ଏହି ଘଟଣାରେ ପୋଲିସି ବିହୀତ ତଦନ୍ତ କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଏତଲାକାରିଣୀ ହେମ ମାଝୀ ଦାବି କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details