ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ବ୍ଲକରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ ଶୃଙ୍ଖଳା । ବୁଡ଼ୁଜାଲ ଗାଁରେ ଏକ ରାଜନୈତିକ ଗୋଷ୍ଠୀ ସଂଘର୍ଷରେ କିଛି ବିଜେପି କର୍ମୀମାନଙ୍କୁ ଶାସକ ଦଳ ଚାପରେ ଥାନା ଅଧିକାରିଣୀ ଗିରଫ କରିଥିବା ଅଭିଯୋଗ ହୋଇଛି । ତାହା ପୁଣି ଏକ ମିଥ୍ୟା ମାମଲାରେ । ଏନେଇ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ବୁଡ଼ୁଜାଲ ଗାଁ ପରିଦର୍ଶନ କରିଥିଲେ । ବୁଡୁଜାଲ ଗାଁରେ ବିଜେଡ଼ିର କିଛି ଗୁଣ୍ତା ବିଜେପି କର୍ମୀମାନଙ୍କ ଘର ଭାଙ୍ଗିବା ସହ ମହିଳାମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ବୁଡୁଜାଲ ଗାଁରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି - ବୁଡ଼ୁଜାଲ ଗାଁରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ,ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେପି
ବୁଡ଼ୁଜାଲ ଗାଁରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ । ମିଥ୍ୟା ମାମଲାରେ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଅଭିଯୋଗ । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି । ଅଧିକ ପଢନ୍ତୁ...
ବୁଡ଼ୁଜାଲ ଗାଁରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ,ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେପି
ବୁଡ଼ୁଜାଲ ଗାଁରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ,ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେପି
ହେଲେ ବିଜେଡିକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛି ବିଜେପି । ଯଦି ପୋଲିସ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ।ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚାର ସଭାପତି କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
TAGGED:
bjp mahila morcha