ଓଡିଶା

odisha

ETV Bharat / state

କୋଭିଡ କଟକଣା ପାଇଁ ତତ୍ପର ଭଦ୍ରକ ପ୍ରଶାସନ, ତଦାରଖ ପାଇଁ ବିଭିନ୍ନ ସ୍ତରରେ ସ୍କ୍ବାର୍ଡ ଗଠନ - ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ

ଚଳିତବର୍ଷ ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ କଟକଣା କିପରି ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେବ ତାକୁ ନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ....

କୋଭିଡ କଟକଣା ପାଇଁ ତତ୍ପର ଭଦ୍ରକ ଜିଲ୍ଲା ପ୍ରଶାସନ, ତଦାରଖ ପାଇଁ ବିଭିନ୍ନ ସ୍ତରରେ ସ୍କ୍ବାର୍ଡ ଗଠନ
କୋଭିଡ କଟକଣା ପାଇଁ ତତ୍ପର ଭଦ୍ରକ ଜିଲ୍ଲା ପ୍ରଶାସନ, ତଦାରଖ ପାଇଁ ବିଭିନ୍ନ ସ୍ତରରେ ସ୍କ୍ବାର୍ଡ ଗଠନ

By

Published : Mar 3, 2021, 8:59 PM IST

ଭଦ୍ରକ: ଚଳିତବର୍ଷ ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ କଟକଣା କିପରି ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେବ, ସେନେଇ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଭଦ୍ରକ ରେଳ ଷ୍ଟେସନରେ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ଯଦି କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଗଲେ ଆଣ୍ଟିଜେନ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ କଟକଣା ପାଇଁ ତତ୍ପର ଭଦ୍ରକ ଜିଲ୍ଲା ପ୍ରଶାସନ, ତଦାରଖ ପାଇଁ ବିଭିନ୍ନ ସ୍ତରରେ ସ୍କ୍ବାର୍ଡ ଗଠନ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ହାଇରିସ୍କ ମଧ୍ୟରେ ଥିବା 5ଟି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ତୀକ୍ଷ୍ଣ ନଜରରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟା, ସଭାସମିତି ପରି ସାମାଜିକ କାର୍ଯ୍ୟକ୍ରମ ସହ ଅପେରା ଓ ଯାତ୍ରା ଆଦି କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ କୋଭିଡ କଟକଣା ମଧ୍ୟରେ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ସହ ସତର୍କ ଦୃଷ୍ଟି ରଖିବା ପାଇଁ ବିଭିନ୍ନ ସ୍ତରରେ ସ୍କାର୍ଡ ମଧ୍ୟ ଗଠନ କରାଯାଥିବା ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details