ଓଡିଶା

odisha

By

Published : Mar 18, 2020, 5:09 PM IST

ETV Bharat / state

କୋରୋନାକୁ ନେଇ କେତେ ସତର୍କ ଭଦ୍ରକ ? କେମିତି ଚାଲିଛି ତନଖି ଦେଖନ୍ତୁ...

ସାମ୍ଭାବ୍ୟ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ଜନଗହଣଳିପୂର୍ଣ୍ଣ ସ୍ଥାନରେ କିପରି ସମସ୍ତେ ସତର୍କ ରହିବେ ସେ ନେଇ ଭଦ୍ରକ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାକୁ ନେଇ ଭଦ୍ରକ ପ୍ରଶାସନର ତନଖି ଓ ସଚେତନତା
କୋରୋନାକୁ ନେଇ ଭଦ୍ରକ ପ୍ରଶାସନର ତନଖି ଓ ସଚେତନତା

ଭଦ୍ରକ: ସାମ୍ଭାବ୍ୟ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ 144 ଧାରା ଉଠିବା ପରେ, କୋରୋନା ନେଇ ଜାରି ଗାଇଡ ଲାଇନକୁ ସଠିକ ଭାବେ ପାଳନ କରାଯାଉଛି କି ନାହିଁ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ତନଖି ଚାଲିଛି । ଏଥିସହ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରହିଥିବା ଦେଖିବାକୁ ମିଳିଛି।

ଭଦ୍ରକ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ, କଲେଜ ଚଳିତ ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ହେଲେ ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ କୋରୋନା ନେଇ ଜାରି ଗାଇଡ ଲାଇନ କିପରି ଭାବରେ ଚାଲିଛି, ସେନେଇ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ କରୁଛନ୍ତି । ଏହି ସବୁ ସ୍ଥାନରେ ନିର୍ଦ୍ଧିଷ୍ଟ ସଂଖ୍ୟକ ଗ୍ରାହକ ମାନଙ୍କୁ ସାନିଟାଇଜରରେ ହାତ ଧୋଇ ନିର୍ଦ୍ଧିଷ୍ଟ ଦୂରତାରେ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ଦିଗକୁ ଯାଞ୍ଚ ଓ ସଚେତନତା ସୃଷ୍ଟି କରିବା ପାଇଁ ନିଯୁକ୍ତ ଜିଲ୍ଲା ନୋଡ଼ାଲ ଅଫିସର ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ କିଛି ଗ୍ରାହକ ଓ ମଲର ମ୍ୟାନେଜରଙ୍କ ସହ ଆମ ପ୍ରତିନିଧି ଦେବାଶିଷ ମହାପାତ୍ର ସିଧାସଳଖ ଆଲୋଚନା କରିଛନ୍ତି ।

କୋରୋନାକୁ ନେଇ ଭଦ୍ରକ ପ୍ରଶାସନର ତନଖି ଓ ସଚେତନତା

ABOUT THE AUTHOR

...view details