ଓଡିଶା

odisha

ETV Bharat / state

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନର ସଚେତନତା - transgender awareness program news

କିନ୍ନର ମାନଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ.....

କିନ୍ନର ମାନଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନର ସଚେତନତା
କିନ୍ନର ମାନଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନର ସଚେତନତା

By

Published : Jan 20, 2021, 4:56 PM IST

ଭଦ୍ରକ: କିନ୍ନର ମାନଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ ନେଇଛି । ଏନେଇ ସଚେତନତା ମୂଳକ ଆଲୋଚନା ଚକ୍ର ଭଦ୍ରକ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

କିନ୍ନର ମାନଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନର ସଚେତନତା

ପୂର୍ବରୁ କିନ୍ନର ମାନେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଥିଲେ । ତେବେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବୀକୃତି ଯୋଜନାରେ ସେମାନଙ୍କୁ ସାମିଲ କରାଯାଇଛି । ଏହି ଯୋଜନାରେ ଥିବା ବିଭିନ୍ନ ସରକାରୀ ସୁବିଧା ସହ ସେମାନଙ୍କୁ ଘର କରିବା ପାଇଁ ଆର୍ଥିକ ସହାୟତା, ବାଣିଜ୍ୟ ପାଇଁ ପ୍ରୋତ୍ସାହନ ରାଶି, ଆଧାର ପରିଚୟ ପତ୍ର ପ୍ରଦାନ, ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାଫଳରେ ଏହି କିନ୍ନରମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ।

ଏହାକୁ କିନ୍ନର ସାମାଜ ପକ୍ଷରୁ ସ୍ଵାଗତ କରାଯାଇଥିବା ଜଣାପଡିଛି। ଏହି ଆଲୋଚନା ଚକ୍ରରେ ପ୍ରଶାସନିକ ଅଧିକାରୀ, କିନ୍ନର ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିସ ମହାପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details