ଭଦ୍ରକ:ନିଶାସକ୍ତ ଅବସ୍ଥାରେ କାର ଚାଳନା ମହଙ୍ଗା ପଡିଲା । ରାସ୍ତା ନିକଟରେ ଥିବା ଏକ ନୟନଯୋରିକୁ କାର ଓଲଟି ସେଠାରୁ ପ୍ରାୟ ୫୦ ଫୁଟ ଦୂରରେ ପଡିଲା । ତେବେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି ।
ନିଶାସକ୍ତ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଓଲଟିଲା କାର ବର୍ତ୍ତିଲେ ଚାଳକ - ନୟନଯୋରିକୁ କାର ଓଲଟିଲା କାର
ନିଶାସକ୍ତ ଅବସ୍ଥାରେ କାର ଚାଳନା ମହଙ୍ଗା ପଡିଲା। ରାସ୍ତା ନିକଟରେ ଥିବା ଏକ ନୟନଯୋରିକୁ କାର ଓଲଟି ସେଠାରୁ ପ୍ରାୟ ୫୦ ଫୁଟ ଦୂରରେ ପଡିଲା । ଅଧିକ ପଢନ୍ତୁ...
ଭଦ୍ରକ ନିଶାସକ୍ତ ଅବସ୍ଥାରେ କାର ଚାଳନା ଯୋଗୁଁ ଦୁର୍ଘଟଣା
ଭଦ୍ରକ ନିଶାସକ୍ତ ଅବସ୍ଥାରେ କାର ଚାଳନା ଯୋଗୁଁ ଦୁର୍ଘଟଣା
ସୂଚନା ଅନୁଯାୟୀ ତିହିଡିରୁ ଦିଗଛିଆ ଯାଉଥିବା ଏକ କାର ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସାମନ୍ତରାୟପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟେ ତଳକୁ ଖସି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇଛି । ତେବେ ନିଶାସକ୍ତ ଅବସ୍ଥାରେ କାର ଚାଳନା କରୁଥିବା ଚାଳକ ସନ୍ତୋଷ ବେହେରା ସ୍ବୀକାର କରିଛନ୍ତି। ଉକ୍ତ କାରରେ ଚାଳକ ଏକା ଯାଉଥିବା ଜଣାପଡିଛି । ତେଣୁ, ଅନ୍ୟ କେହି ଏହି ଦୁର୍ଘଟଣା ଘଟିବାରୁ ବର୍ତ୍ତି ଯାଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ