ଓଡିଶା

odisha

ETV Bharat / state

ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଧାରଣା - ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ

ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଓଷ୍ଠା ଓ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ସଦସ୍ୟ । ଅଧିକ ପଢନ୍ତୁ

ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଧାରଣା
ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଧାରଣା

By

Published : Dec 8, 2022, 1:43 PM IST

ଭଦ୍ରକ:ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବି ନେଇ ଓଷ୍ଠା ଓ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା । ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଓଷ୍ଠା ଓ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ସଦସ୍ୟ । ଦାବି ପୂରଣ ନ ହେଲେ ଆସନ୍ତା ଡିସେମ୍ବର 17 ତାରିଖରେ ରାଜ୍ୟସ୍ତରୀୟ ବିକ୍ଷୋଭ ଚେତାବନୀ ଦେଲା ସମିତି ।

ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଧାରଣା

ସୂଚନା ଅନୁଯାୟୀ 916 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, 2608 ମାଧ୍ୟମିକ ବିଦ୍ୟାଳୟ, 662 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ 488 ଟି ମହାବିଦ୍ୟାଳୟ, ମଦ୍ରାସା ଓ ସଂସ୍କୃତ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀ 15 ରୁ 20 ବର୍ଷ ଧରି ବିନା ବେତନରେ କାର୍ଯ୍ୟ କରୁଥିଲେ । ଏହାପରେ ଓଡ଼ିଶା ସରକାର ସେମାନଙ୍କୁ ବ୍ଲକଗ୍ରାଣ୍ଟ ଓ ପରେ ପରେ ନୂତନ ଅନୁଦାନ ପ୍ରଦାନ କରିଛନ୍ତି । କିନ୍ତୁ 30 ବର୍ଷ କାର୍ଯ୍ୟ କଲାପରେ ଅବସର ନେଉଥିବା ଶିକ୍ଷକ ବା କର୍ମଚାରୀ ଟିଏ ଖାଲି ହାତରେ ଘରକୁ ଫେରୁଛି । ଯାହାକୁ ପ୍ରତିବାଦ କରି, ମୁଖ୍ୟତଃ ବ୍ଲକଗ୍ରାଣ୍ଟ ଭଳି କୁତ୍ସିତ ପ୍ରଥାର ବିଲୋପ ସହିତ ଚାକିରି ସର୍ଭାବଳୀ ଏବଂ ପେନସନର ସୁବିଧା ସୁଯୋଗ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଦାବି କରିଥିଲେ ଶିକ୍ଷକ ମାନେ।

ଅନ୍ୟ ପକ୍ଷରେ ସରକାର ଶିକ୍ଷକଙ୍କ ଦାବି ପୂରଣ କରିବା ପାଇଁ ଅତୀତରେ ଅନେକ ପ୍ରତିଶୃତି ଦେଇଥିଲେ । ହେଲେ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଦାବି ପୂରଣ ନହେଲେ ଆଗାମୀ ଡିସେମ୍ବର 17 ତାରିଖରେ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକ ମାନେ ରାଜ୍ୟ ସ୍ତରୀୟ ବିକ୍ଷୋଭରେ ଯୋଗଦେବା ପାଇଁ ଶିକ୍ଷକ ନେତୃବୃନ୍ଦ ଆହ୍ବାନ କରିଛନ୍ତି । ଏନେଇ ଏକ ଦାବିପତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, 5T ସଚିବ ଏବଂ ପ୍ରିନ୍ସିପାଲ ସେକ୍ରେଟେରୀଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଯାଇଛି ବୋଲି ଓଷ୍ଠା ରାଜ୍ୟ ସମ୍ପାଦିକା ସୁରଜିତା ନାୟକ କହିଛନ୍ତି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details