ଓଡିଶା

odisha

By

Published : Dec 14, 2019, 9:40 PM IST

ETV Bharat / state

ଶିକ୍ଷକ ବଦଳିକୁ ନେଇ ଧାରଣାରେ ଛାତ୍ରଛାତ୍ରୀ

ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ତଳେ ଶିକ୍ଷକ ପ୍ରତାପ ମଲ୍ଲିକଙ୍କ ବଦଳି ହୋଇଥିଲା । ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଥିଲେ ।

teacher
teacher


ଭଦ୍ରକ: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇବା ସହ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଶିକ୍ଷକ ବଦଳିକୁ ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ

ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ତଳେ ପ୍ରତାପ ମଲ୍ଲିକ ନାମକ ଜଣେ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିରୋଧ କରିଥିବା ଜଣାପଡିଛି । ହେଲେ ଏନେଇ କୌଣସି ସୁଫଳ ନମିଳିବାରୁ ଶନିବାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ।

ଏନେଇ ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି, ବୁଝାସୁଝା କରିବା ପରେ ଧାରଣରୁ ହଟିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details