ଭଦ୍ରକ:ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ନିବେଦନ । ଅଷ୍ଟମ ଶ୍ରେଣୀରେ ଟ୍ୟୁସନ କରୁଥିବା ବେଳେ କରିଥିଲେ ପ୍ରେମ ନିବେଦନ । ଏବେ ନାବାଳିକା ଜଣଙ୍କ ଯୁକ୍ତ ଦୁଇ ପଢୁଥିବା ବେଳେ ମଧ୍ୟ ଶିକ୍ଷକଙ୍କ ତାଙ୍କ ପିଛା ଛାଡିନଥିବା ଅଭିଯୋଗ ହୋଇଛି । ବିବାହ ପାଇଁ ରାଜି ନହେବାରୁ ପରିବାର ଲୋକଙ୍କୁ ହତ୍ୟା ଧମକ ସହ ଦୁଷ୍କର୍ମ କରିବାକୁ ଧମକ ଦେଉଛନ୍ତି ଶିକ୍ଷକ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ଧୁସୁରି ଥାନା ଅଞ୍ଚଳରୁ । ଶିକ୍ଷକ ଜଣଙ୍କ ହେଉଛନ୍ତି ବଳରାମ ନାୟକ ।
ଖପରପଦା ଗ୍ରାମର ଜଣେ ନାବାଳିକା ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେହି ଗ୍ରାମର ଏକ ଘରୋଇ ସ୍କୁଲର ଶିକ୍ଷକ ବଳରାମ ନାୟକ ତାଙ୍କୁ ଟ୍ୟୁସନ୍ କରୁଥିବା ବେଳେ ପ୍ରେମ ନିବେଦନ କରିଥିଲେ । ଏପରିକି ବିବାହ କରିବାକୁ ମଧ୍ୟ ଅନେକ ସମୟରେ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । ନାବାଳିକା ଝିଅଟି ପ୍ରତିବାଦ କରିବା ସତ୍ତ୍ଵେ ମଧ୍ୟ ଶିକ୍ଷକ ଶୁଣିବାକୁ ନାରାଜ ଥିଲେ । ଏବେ ନାବାଳିକା ଯୁକ୍ତ ଦୁଇ ପଢୁଛନ୍ତି । ସେ କଲେଜ ଯିବା ବାଟରେ ଶିକ୍ଷକ ଜଣଙ୍କ ତାଙ୍କୁ ବାଟରେ ଅଟକାଇ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ କଥାରେ ରାଜି ନ ହେଲେ ବାପା ଏବଂ ମାଆଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଏଥିସହ ନାବାଳିକାକୁ ଦୁଷ୍କର୍ମ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣକ ।
ଏହା ମଧ୍ୟ ପଢନ୍ତୁ-ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଅଳ୍ପକେ ବର୍ତ୍ତିଗଲା ଜୀବନ