ଭଦ୍ରକ :ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା ! ଗାଁ ଦାଣ୍ଡରେ ଶିକ୍ଷକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ମାରିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂଶଡା ଥାନା ଗୁଆଁଳ ଅଞ୍ଚଳରେ ।
ସୂଚନା ଅନୁଯାୟୀ ଭଦ୍ରକ ଭାବେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଷଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପର୍ଶୁରାମ ବେହେରା ନାମକ ଜଣେ ଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଉଭୟ ଛାତ୍ରୀ ଏହି ଘଟଣା ବାବଦରେ ସେମାନଙ୍କ ଅଭିଭାବକଙ୍କ ପାଖରେ କହିବା ପରେ ପଦାକୁ ଆସିଥିଲା ପୁରା ଘଟଣା ।