ଭଦ୍ରକ: ବନ୍ତ ତହସିଲ କାର୍ଯ୍ୟାଳୟରେ ମହିଳା ତହସିଲଦାରଙ୍କ ଅଫିସ ଭିତରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି । ଏନେଇ ପ୍ରତିବାଦରେ ସମସ୍ତ ତହସିଲ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।
ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ କରିଛନ୍ତି । ଏଥିସହ ସମସ୍ତ ମହିଳା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହୋଇଛି । ଯେପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ, ସେପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚରମ ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ କର୍ମଚାରୀ ।