ଭଦ୍ରକ:ଜିଲ୍ଲାର ତିହିଡି ବ୍ଲକ ବାରସର ସେବା ସମବାୟ ସମିତି ସଭାପତି ପଦବୀକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଅନୁଷ୍ଠିତ ସଭାପତି ନର୍ବାଚନରେ ସ୍ବାଭିମାନ ମଞ୍ଚର ପ୍ରାର୍ଥୀ ମାନସ ରଞ୍ଜନ ନାୟକ 9 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟପଟେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ 6 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।
ତେବେ 15 ବୋର୍ଡ ସଦସ୍ୟ ବିଶିଷ୍ଟ ଏହି ସମବାୟ ସମିତିରେ ବିଜେପି ସମର୍ଥିତ 11 ଜଣ ବୋର୍ଡ ସଦସ୍ୟ ନିର୍ବାଚିତ ହୋଇଥିବାବେଳେ, ବଜେଡି ସମର୍ଥିତ 4 ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଶାୟୀଙ୍କ ମଧ୍ୟରୁ ମାନସ ରଞ୍ଜନ ନାୟକ ଅନ୍ୟ ସଦସ୍ୟଙ୍କ ସହ ସାମିଲ ହୋଇ ସ୍ବାଭିମାନ ମଞ୍ଚ ଗଠନ କରି ସଭାପତି ପଦବୀରେ ବିଜୟୀ ହୋଇଛନ୍ତି । ବିଜୟ ପରେ ସ୍ବାଭିମାନ ମଞ୍ଚର ଖୁସିର ଲହରି ଖେଳିଯାଇଛି ।