ଓଡିଶା

odisha

By

Published : May 16, 2022, 10:05 AM IST

ETV Bharat / state

ଝଡାଫୁଙ୍କା ଆଳରେ ମହିଳାଙ୍କୁ ଆସଦାଚରଣ: ଗୁଣିଆ ଗିରଫ

ବିଜ୍ଞାନର ଆଲୋକରେ ବିଶ୍ବ ଆଲୋକିତ ହେଉଥିବା ବେଳେ ଆଜି ମଧ୍ୟ କିଛି ଲୋକ ଅନ୍ଧବିଶ୍ବାସରେ ଦୁନିଆରେ ଅଛନ୍ତି । ମହିଳାଙ୍କୁ ଝଡ଼ାଫୁଙ୍କା ଆଳରେ ଅସଦାଚରଣ କରି ଗିରଫ ହୋଇଛି ଜଣେ ଭଣ୍ଡ ଗୁଣିଆ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ବାରାକୋଲ୍ଲା ଗାଁରେ । ଅଧିକ ପଢନ୍ତୁ

SUPERSTITION IN BHADRAK  POLICE ARRESTED GUNIA
ଝଡାଫୁଙ୍କା ଆଳରେ ମହିଳାଙ୍କୁ ଆସଦାଚରଣ: ଗୁଣିଆ ଗିରଫ

ଭଦ୍ରକ: ବିଜ୍ଞାନର ଆଲୋକରେ ବିଶ୍ବ ଆଲୋକିତ ହେଉଥିବା ବେଳେ ଆଜି ମଧ୍ୟ କିଛି ଲୋକ ଅନ୍ଧବିଶ୍ବାସରୁ ବାହାରି ପାରିନାହାନ୍ତି । ମହିଳାଙ୍କୁ ଝଡ଼ାଫୁଙ୍କା ଆଳରେ ଅସଦାଚରଣ କରି ଗିରଫ ହୋଇଛି ଜଣେ ଭଣ୍ଡ ଗୁଣିଆ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ବାରାକୋଲ୍ଲା ଗାଁରେ । ସୂଚନା ଅନୁସାରେ, ବାରାକୋଲ୍ଲା ଗାଁର ଜଣେ ଜନୈକା ମହିଳାଙ୍କ ଦେହ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କ ସ୍ୱାମୀ ସେହି ଅଞ୍ଚଳର ଜଣେ ଗୁଣିଆ ସହ ପରାମର୍ଶ କରିଥିଲେ ।

ଝଡାଫୁଙ୍କା ଆଳରେ ମହିଳାଙ୍କୁ ଆସଦାଚରଣ: ଗୁଣିଆ ଗିରଫ


ଝଡ଼ାଫୁଙ୍କା କରି ମହିଳାଙ୍କୁ ଭଲ କରିଦେବ ବୋଲି କହିଥିଲା ଅଭିଯୁକ୍ତ ଗୁଣିଆ । ଗୁଣିଆର ପରାମର୍ଶ ମୁତାବକ ରାତିସାରା ଦୁହେଁ ଗୋଟିଏ ଘରେ ରହିବାକୁ ପଡ଼ିବ ବୋଲି କହିବାରୁ ମହିଳାଙ୍କ ଜଣଙ୍କ କାନ୍ଦିଥିଲେ । ସକାଳେ ମହିଳା ଜଣକ ଗାଧୋଇ ଠାକୁର ଘରେ ଥିବା ବେଳେ ଝଡ଼ାଫୁଙ୍କା ଆଳରେ ତାଙ୍କୁ ଅସଦାଚରଣ କରିଥିଲା ଅଭିଯୁକ୍ତ । ଏହି ଘଟଣାକୁ ନେଇ ମହିଳା ଓ ଗୁଣିଆଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁଣିଆକୁ କାବୁ କରିଥିଲା ।

ମହିଳାଙ୍କ ଏତଲାକ୍ରମେ ଥାନାରେ ଏକ ମାମଲା 171/22, ଦଫା 450 ଓ 376(1) ରୁଜୁକରି ସଂପୃକ୍ତ ଗୁଣିଆକୁ ଗିରଫ କରିଛି ପୋଲିସ । ମହିଳାଙ୍କ ଏତଲା ଆଧାରରେ ବାଂଶଡା ଥାନା କେସ୍‌ ନଂ ୧୭୧/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଗୁଣିଆକୁ ଆଇପିସି ୪୫୦ ଓ ୩୭୬(୧)ରେ ଗିରଫ କରାଯାଇଛି । ତେବେ ଆଜି ଅଭିଯୁକ୍ତ ଗୁଣିଆକୁ ଗିରଫ କରାଯିବ ବୋଲି ସୂଚନା ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details