ଭଦ୍ରକ: ଶିକ୍ଷକ ଅଭାବ ସହ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ବାସୁଦେବପୁର ବ୍ଳକ ଅନ୍ତର୍ଗତ ଏଡତାଳ ଭାସ୍କର ଚନ୍ଦ୍ର ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 169 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ସଂସ୍କୃତ, ଗଣିତ ଓ ଇଂରାଜୀ ଆଦି ବିଷୟରେ କେହି ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ଛାତ୍ରଛାତ୍ରୀ ମାନେ ଠିକ ଭାବରେ ପାଠ ପଢି ପାରୁନାହାଁନ୍ତି।
ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ - ଭଦ୍ରକରେ ଛାତ୍ରଛାତ୍ରୀଙ୍କ ଧାରଣା
ଶିକ୍ଷକ ଅଭାବ ସହ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ବାସୁଦେବପୁର ବ୍ଳକ ଅନ୍ତର୍ଗତ ଏଡତାଳ ଭାସ୍କର ଚନ୍ଦ୍ର ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ଦୈନନ୍ଦିନ ସମସ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ଛାତ୍ରଛାତ୍ରଙ୍କ ଧାରଣା
ଏଥିସହ ବିଦ୍ୟାଳୟର ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତିମାନେ ବିଦ୍ୟାଳୟ ଚାଲୁଥିବା ସମୟରେ ବିଦ୍ୟାଳୟ ଭିତରକୁ ପଶି ପାଠପଢାରେ ବ୍ୟାଘାତ ସୃଷ୍ଟି କରନ୍ତି। ଏହାର ପ୍ରତିବାଦ କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ତେବେ ଏହି ସବୁ ସମସ୍ୟା ଦୂର ହେବା ନେଇ ପ୍ରତିଶୃତି ପାଇବା ପରେ ଧାରଣାରୁ ହଟିଛନ୍ତି ଛାତ୍ରଛାତ୍ରୀ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ