ଓଡିଶା

odisha

ETV Bharat / state

ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ 5 ଛାତ୍ର, 3 ମୃତ ଓ ଜଣେ ଗୁରୁତର - ନଦୀରେ ଗାଧୋଇବା ହେଲା କାଳ

ନଦୀରେ ଗାଧୋଇବା ହେଲା କାଳ । ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଶାଖା ନଦୀ ନାଳିଆ ନଦୀରେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

student drwons in river in bhadrak
ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଛାତ୍ର

By

Published : Apr 4, 2023, 4:13 PM IST

Updated : Apr 4, 2023, 4:25 PM IST

ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଛାତ୍ର

ଭଦ୍ରକ: ଲାଙ୍ଗୁଡ଼ି ଅନ୍ତର୍ଗତ ହରିପୁର ଗ୍ରାମରେ ଅଘଟଣ । ନଦୀରେ ବୁଡ଼ି ୩ ଜଣଙ୍କ ମୃୃତ୍ୟୁ ଘଟିଥିବା ବେଳ ଜଣେ ଗୁରୁତର । ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ସାଳନ୍ଦୀ ନଦୀର ଶାଖା ନଦୀ ନାଳିଆ ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଯାଇଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି । ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ କଲେଜ ଛାତ୍ର ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ, ପରିବାର ଲୋକେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

ସୂଚନା ଅନୁସାରେ, 5 ଜଣ ଛାତ୍ର ଗୋଟିଏ କଲେଜରେ ପାଠ ପଢୁଥିବା ସୂଚନା ମିଳିଛି । କଲେଜ ଛୁଟି ଥିବାରୁ ସମସ୍ତେ ସାଙ୍ଗ ହୋଇ ସାଳନ୍ଦୀ ନଦୀର ଶାଖା ନଦୀ ନାଳିଆ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କୌଣସି କାରଣରୁ ଜଣେ ଛାତ୍ରଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଉଥିବା ଦେଖି ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ବଦଳରେ ସମସ୍ତେ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର

ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ମୃତ ତିନି ଜଣ ଛାତ୍ର ହେଲେ ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ଵାଇଁ ଏବଂ ରଜତ କୁମାର ଜେନା । ଏହି ଘଟଣାରେ ବିଧାୟକ ସଞ୍ଜୀବ ମଲ୍ଲିକ ଶୋକ ପ୍ରକାଶ କରି କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇବା ଲାଗି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି ।" ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅକାଳରେ ତିନି ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated : Apr 4, 2023, 4:25 PM IST

ABOUT THE AUTHOR

...view details