ଓଡିଶା

odisha

ETV Bharat / state

ଏମିତି ବି ଆସେ ମୃତ୍ୟୁ, ବିଦ୍ୟାଳୟରେ ଛିଡା ହୋଇଥିବା ବେଳେ ଟଳିପଡିଲେ ଛାତ୍ରୀ - bhadrak news

ମୁଣ୍ଡ ବୁଲାଇବାରୁ କ୍ଲାସ ରୁମ ସମ୍ମୁଖରେ ଟଳିପଡିଲେ ଛାତ୍ରୀ । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

ଏମିତିବି ଆସେ ମୃତ୍ୟୁ
ଏମିତିବି ଆସେ ମୃତ୍ୟୁ

By

Published : Oct 15, 2022, 10:36 PM IST

ଭଦ୍ରକ:ଜିଲ୍ଲାରେ ଅଭାବନୀୟ ଘଟଣା, ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ । ମୁଣ୍ଡ ବୁଲାଇବାରୁ କ୍ଲାସ ରୁମ ସମ୍ମୁଖରେ ଟଳିପଡିଲେ ଛାତ୍ରୀ(student death in front of classroom ), ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଧାମନଗର ବ୍ଲକ ଅଧିନସ୍ଥ ବନସର ଠାରେ ଥିବା ଲଷ୍ମୀ ନାରାୟଣ ହାଇସ୍କୁଲରେ । ନବମ ଶ୍ରେଣୀରେ ପାଠ ପଢୁଥିବା ମନୀଷା ବେହୁରିଆଙ୍କ ମୃତ୍ୟୁ ହୋଇଛି ।

ଏମିତିବି ଆସେ ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ ରାଧାବଲ୍ଲଭ ପଞ୍ଚାୟତର ସଂଗ୍ରାମ ବେହୁରିଆଙ୍କ ଝିଅ ମନୀଷା ବେହୁରିଆ ଲଷ୍ମୀନାରାୟଣ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି । ସବୁଦିନ ପରି ଆଜି ମଧ୍ୟ ସେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ତେବେ ସ୍କୁଲରେ ଛିଡା ହୋଇଥିବା ବେଳେ କୌଣସି କାରଣରୁ ମୁଣ୍ଡ ବୁଲାଇବାରୁ ହଠାତ ସେ ତଳେ ପଡି ଯାଇଥିଲେ।

ଏଅହା ମଧ୍ୟ ପଢନ୍ତୁ-ଧନ ଦାତ୍ରୀଙ୍କ ପୂଜାରେ ଝଟକୁଛି ଅନୁଗୋଳ, ଜମୁଛି ଲୋକଙ୍କ ଭିଡ

ପରେ ଉପସ୍ଥିତ ଶିକ୍ଷକ ମାନେ ତାଙ୍କୁ କିକିତ୍ସା ପାଇଁ ପ୍ରଥମେ ଧାମନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା, ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମନୀଷା ବେହୁରିଆଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ପରିବାର ଲୋକଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳିନଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ତେବେ କେହି କେହି ପ୍ରାର୍ଥନା ଚାଲିଥିବା ସମସୟରେ ଛାତ୍ରୀ ଜଣଙ୍କ ତଳେ ପଡିଯାଇଥିବା କହୁଥିବା ବେଳେ ,କେହି କେହି ପ୍ରାର୍ଥନା ସରିବା ପରେ ଏପରି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ଛାତ୍ରୀ ଜଣଙ୍କ ଅସୁସ୍ଥ ଥିଲେ ନା ନାହିଁ ତାହ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।

For All Latest Updates

ABOUT THE AUTHOR

...view details