ଭଦ୍ରକ: ଜିଲ୍ଲା ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ଏକଡାଳ ସେତୁର ଆପ୍ରୋଚ ରୋଡର ଜମି ଚିହ୍ନଟ ପ୍ରକ୍ରିୟାରେ ତିହିଡ଼ି ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ । ଆଜି(ବୁଧବାର) ଏନେଇ କଂଗ୍ରେସ ପକ୍ଷରୁ ତିହିଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ଏହି ସେତୁର ପଶ୍ଚିମ ପାଖ ଆପ୍ରୋଚ ରୋଡ ନିର୍ମାଣକୁ ବିରୋଧ କରିଛି କଂଗ୍ରେସ ।
ଜମି ଚିହ୍ନଟ ପ୍ରକ୍ରିୟାରେ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆମରଣ ଅନଶନ - ଭଦ୍ରକ ଆପ୍ରୋଚ ରୋଡ ସମସ୍ୟା
ଭଦ୍ରକରେ ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ଏକଡାଳ ସେତୁର ଆପ୍ରୋଚ ରୋଡ ଜମି ବିବାଦ । ଆନ୍ଦୋଳନରେ ବସିଲା କଂଗ୍ରେସ । ଅଧିକ ପଢନ୍ତୁ
ଜମି ଚିହ୍ନଟ ପ୍ରକ୍ରିୟାରେ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆମରଣ ଅନଶନ
ଜମି ଚିହ୍ନଟ ପ୍ରକ୍ରିୟାରେ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆମରଣ ଅନଶନ
ବାହାବଳପୁର ମୌଜାର 1291 ପ୍ଲଟ ପୋଖରୀ ପାଇଁ ସରକାରୀ ସ୍ତରରେ ଯେଉଁ ମାପଚୁପ କରାଯାଇଥିଲା ସେଥିରେ ଏହି ଜଳାଶୟକୁ ସରକାରୀ ପ୍ଲଟ ଦର୍ଶାଯାଇ ଆପ୍ରୋଚ ରୋଡ ନିର୍ମାଣ ଚାଲୁଛି । ଯାହାକୁ ପୂନର୍ବାର ମାପଚୁପ କରିବା ଲାଗି ଦାବି କରାଯାଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ଆମରଣ ଅନଶନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏନେଇ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ