ଓଡିଶା

odisha

ETV Bharat / state

ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ । ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ।

By

Published : Jul 14, 2019, 9:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି ଅର୍ଣ୍ଣପାଳ ପଞ୍ଚାୟତ ଦେଉଳପାଳ ଜେନା ସାହିରୁୁ । ମୃତ ମହିଳା ଜଣଙ୍କ ହେଲେ ସାବିତ୍ରୀ ଜେନା । ଏନେଇ ମୃତ ମହିଳାଙ୍କ ଭାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୋଲିସ ସାବିତ୍ରୀଙ୍କ ସ୍ୱାମୀ ଭଗବାନ ସାହୁକୁ ଅଟକ ରଖିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମଦ୍ୟପ ସ୍ୱାମୀ, ସ୍ତ୍ରୀ କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ କରାଯାଉଛି ।

ମୃତ ମହିଳାଙ୍କ ଶାଶୁ ଓ ଶ୍ବଶୂରଙ୍କ ନାଁରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛିି । ସାବିତ୍ରୀଙ୍କ ତିନି ପୁଅ ଓ ଗୋଟିଏ ଝିଅ ଥିବାର ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details