ଓଡିଶା

odisha

ETV Bharat / state

ଶ୍ମଶାନ ଘାଟରେ ଅଜବ ନିୟମ, ଅନ୍ତିମ ସତ୍କାର ପାଇଁ ମିଳୁଛି ସୀମିତ ସମୟ - funeral services

ଭଦ୍ରକ ଚାନ୍ଦବାଲି ସହରର ମା କାଳି ମନ୍ଦିର ନିକଟରେ ରହିଥିବା ଏହି ଶ୍ମଶାନ ଘାଟରେ ଅଜବ ନିୟମ । ରାତି ୮ଟା ପରେ ହେବନି ଅନ୍ତିମସଂସ୍କାର । ଅଧିକ ପଢନ୍ତୁ...

ଶ୍ମସାନ ଘାଟରେ ଅଜବ ନିୟମ,  ସୀମିତ ସମୟ ମଧ୍ୟରେ କରିପାରିବେ ଅନ୍ତିମ ସତ୍କାର
ଶ୍ମସାନ ଘାଟରେ ଅଜବ ନିୟମ, ସୀମିତ ସମୟ ମଧ୍ୟରେ କରିପାରିବେ ଅନ୍ତିମ ସତ୍କାର

By

Published : Aug 5, 2021, 2:20 PM IST

ଭଦ୍ରକ: ଶ୍ମଶାନ ଘାଟରେ ଅଜବ ନିୟମ । ସକାଳ ୯ରୁ ରାତି ୮ଟା ପର୍ଯ୍ୟନ୍ତ କରିପାରିବେ ଅନ୍ତିମ ସତ୍କାର । ଏହି ସମୟ ପରେ ଶ୍ମସାନରେ ଆଉ ଅନ୍ତିମ ସତ୍କାର କରାଯାଇପାରିବ ନାହିଁ । ଭଦ୍ରକ ଚାନ୍ଦବାଲି ସହରର ମା କାଳି ମନ୍ଦିର ନିକଟରେ ରହିଥିବା ଏହି ଶ୍ମଶାନ ଘାଟରେ ଏପରି ନିୟମ ହୋଇଛି । ଏବେ ଏହି ଶ୍ମଶାନ ଘାଟକୁ ପରିଚାଳନା କରୁଛି ଚାନ୍ଦବାଲି ଏନଏସି (NAC) ପ୍ରଶାସନ। ତେବେ ଏନଏସି (NAC) ପକ୍ଷରୁ ଶ୍ମଶାନ ପାଇଁ ଅଜବ ଆଇନ ପ୍ରସ୍ତୁତି କରାଯାଇ ସୂଚନା ଫଳକ ମଧ୍ୟ ଲଗାଯାଇଛି । ଏଥିରେ ଶ୍ମଶାନ ରକ୍ଷକଙ୍କର ମୋବାଇଲ ନମ୍ବର ମଧ୍ୟ ଦିଆଯାଇଛି।

ଶ୍ମସାନ ଘାଟରେ ଅଜବ ନିୟମ, ସୀମିତ ସମୟ ମଧ୍ୟରେ କରିପାରିବେ ଅନ୍ତିମ ସତ୍କାର

ଅନ୍ୟପଟେ ପରମ୍ପରା ଅନୁସାରେ ରାତ୍ରି ସମୟରେ ମୃତଦେହକୁ ଘରେ ରଖି ସକାଳ ସମୟରେ ସତ୍କାର କରିବାର ପରମ୍ପରା ନଥିବାବେଳେ ଏନଏସିର ଏହି ଅଜବ ଅଇନକୁ ସ୍ଥାନୀୟ ଲୋକେ ନାପସନ୍ଦ କରିବା ସହ ବିରୋଧ କରି ପ୍ରତିବାଦ ମଧ୍ୟ କରିଛନ୍ତି। ତେବେ ଏନେଇ ଏନଏସି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details