ଓଡିଶା

odisha

By

Published : Sep 8, 2019, 11:05 PM IST

ETV Bharat / state

ରାଜ୍ୟ ସମବାୟ ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ

ଭଦ୍ରକ ସହର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଆବାହକରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଆବହତ୍ବରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ହଜାର ହଜାର କର୍ମୀଙ୍କ ସହ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଙ୍କୁ ଗେଲପୁର ଛକ ଠାରେ ସ୍ବାଗତ କରିଥିଲେ । ଏହା ପରେ ଏକ ବିଶାଳ ବାଇକ ରାଲିରେ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚି ଥିଲେ । ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ୫ଟି ବିଧାନସଭା ମଣ୍ଡଳିର ଦଳୀୟ ବିଧାୟକ, ସାଂସଦ ଓ ବିଜୁଯୁବ, ମହିଳା, ଛାତ୍ର ସଂଗଠନର ମୁଖ୍ୟମାନେ ଯୋଗ ଦେଇଥିଲେ । ଦଳ ସୁପ୍ରିମୋଙ୍କ ଲକ୍ଷ୍ୟ ଅନୁସାରେ ପ୍ରତି ୱାର୍ଡରେ ୧୦୦ ସଭ୍ୟ ସଂଗ୍ରହ କରିବା ଓ ଦଳରେ ଅର୍ନ୍ତଦ୍ବନ୍ଦର ର ପୂର୍ଣ୍ଣଛେଦ ପକାଇବାକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ବରିଷ୍ଠ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଦଳକୁ ତୃଣମୂଳ ସ୍ତରୁର ମଜବୁତ କରିବା ସହ ସଦସ୍ୟତା ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି । ଏହି ବୈଠକରେ ଦଳର ବହୁସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଯୋଗଦେଇଥିଲେ ।

ଭଦ୍ରକ ରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details