ଓଡିଶା

odisha

ETV Bharat / state

ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଯାତ୍ରା ଆରମ୍ଭ, କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା - special arrangement for devotees

ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଯାତ୍ରା ଆରମ୍ଭ ହୋଇଯାଇଛି । ବାବା ମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସୁଥିବା ହଜାର ହଜାର କାଉଡିଆ ଭକ୍ତଙ୍କ ସୁରକ୍ଷା ପାଇଁ ଜଳ ପଥ ଏବଂ ସ୍ଥଳ ପଥରେ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆରମ୍ଭ ହେଲା ଶ୍ରାବଣୀ ଯାତ୍ରା
ଆରମ୍ଭ ହେଲା ଶ୍ରାବଣୀ ଯାତ୍ରା

By

Published : Jul 10, 2023, 10:28 PM IST

ଆରମ୍ଭ ହେଲା ଶ୍ରାବଣୀ ଯାତ୍ରା

ଭଦ୍ରକ: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଆଜି ପବିତ୍ର ଶ୍ରାବଣ ମାସର ସୋମବାରରେ ଆରଡି ପୀଠ ଭାବେ ପରିଚିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ବାବାଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କାଉଡିଆ ଭକ୍ତଙ୍କ ଭିଡ ଜମିଛି। ନିର୍ଦ୍ଧାରିତ ସମୟ ଅନୁସାରେ ପୀଠରେ ପ୍ରାତଃ କାଳରେ ରୀତି ନୀତି ଅନୁଯାୟୀ ପହଡ ଖୋଲିବା ପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମଙ୍ଗଳ ଆଳତୀ, ମହା ସ୍ନାନ, ଘର୍ଷଣ ଲାଗି ସରିବା ପରେ କାଉଡିଆ ଭକ୍ତମାନେ ସ୍ବତନ୍ତ୍ର ବ୍ୟାରିକେଡରେ ଯାଇ ବାବାଙ୍କୁ ଜଳ ଲାଗି କରିଛନ୍ତି।

ତେବେ ଚଳିତ ବର୍ଷ ମଳ ମାସ ପଡୁଥିବା ଯୋଗୁଁ 7 ଟି ସୋମବାରରେ କାଉଡିଆ ଭକ୍ତମାନେ ଜଳାଭିଷେକ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ତଥା ପରିଚାଳନା କମିଟି ପକ୍ଷରୁ ପୀଠରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। ପୂର୍ବ ଅପେକ୍ଷା ପୀଠରେ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ଶ୍ରାବଣୀ ଯାତ୍ରାରେ ଯେପରି ଶୃଙ୍ଖଳିତ ଭାବେ କାଉଡିଆ ଭକ୍ତ ଜଳଲାଗି କରିପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି।

ଏହାସହ ମହିଳା କାଉଡିଆ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ପୀଠରେ ଦେଢ ମାସ ଧରି ପ୍ରତି ରବିବାର ଏବଂ ସୋମବାର ଦିନ ନିରବଛିନ୍ନ ବିଦ୍ୟୁତ ଯୋଗାଣ ସହିତ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷକରି କାଉଡିଆ ଭକ୍ତ ଖାଲି ପାଦରେ ଆସୁଥିବାରୁ ଭଦ୍ର ରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ଥିବା ମୁଖ୍ଯ ରାସ୍ତା ସହ ତିହିଡିରୁ ଆରଡି, ଆରଡି ବାଇପାସ ରାସ୍ତା ଅତ୍ଯନ୍ତ ଖରାପଥିବାରୁ ସେଗୁଡିକ ଅନେକ ସ୍ଥାନରେ ମରାମତି କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା।


ଏହା ମଧ୍ୟ ପଢନ୍ତୁ...ଚଳଚଞ୍ଚଳ କପିଳାସ, ଶ୍ରାବଣ ପ୍ରଥମ ସୋମବାରରେ ଜଳଲାଗି କଲେ ଭକ୍ତ

ଅନ୍ୟପଟେ ପବିତ୍ର ଶ୍ରାବଣୀ ଯାତ୍ରାରେ ବାବା ମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସୁଥିବା ହଜାର ହଜାର କାଉଡିଆ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଜଳ ପଥ ଏବଂ ସ୍ଥଳ ପଥରେ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୀଠକୁ ସଂଯୋଗ କରୁଥିବା 3ଟି ନଦୀଘାଟରେ ପାର ହୋଇଆସୁଥିବା କାଉଡିଆ ଭକ୍ତମାନେ ଯେପରି ସୁରଖୁରରେ ଆସିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି। ତେଣୁ ଜଳ ପଥରେ ଆସୁଥିବା କାଉଡିଆ ଭକ୍ତଙ୍କ ସୁରକ୍ଷିତ ଯାତାୟତ ପାଇଁ ଅଧିକ ସଂଖ୍ଯକ ମୋଟର ଚାଳିତ ଡଙ୍ଗା ନିୟୋଜିତ କରାଯାଇଛି। ତେବେ ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀଙ୍କ ସମେତ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details