ଓଡିଶା

odisha

ETV Bharat / state

ଦୃଷ୍ଟିହୀନଙ୍କ ଦ୍ୱାରା ଭଜନ ସଂଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସହଯୋଗ କାମନା - ଭଦ୍ରକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସହଯୋଗ କାମନା

କଟକଣା ଭିତରେ ଅନେକ ଲୋକଙ୍କ ରୋଜଗାର ଠପ ହୋଇଯାଇଛି । ଏହା ଭିତରେ ହନ୍ତସନ୍ତ ହେଉଛନ୍ତି କଳାକାର ମାନେ । ଅଧିକ ପଢନ୍ତୁ...

ଦୃଷ୍ଟିହୀନ ମାନଙ୍କ ଦ୍ୱାରା ଭଜନ ସଂଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସହଯୋଗ କାମନା
ଦୃଷ୍ଟିହୀନ ମାନଙ୍କ ଦ୍ୱାରା ଭଜନ ସଂଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସହଯୋଗ କାମନା

By

Published : Nov 4, 2021, 9:02 PM IST

ଭଦ୍ରକ: କରୋନା କଟକଣାରେ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଅପେରା, ପାଲା, ଦାସକାଠିଆ ଏପରିକି ମଞ୍ଚ କଳା ସବୁକିଛି ବନ୍ଦ ରହିଛି । ଗୋଟିଏ ପଟେ କରୋନା କଟକଣା ଅନ୍ୟପଟେ କଳାକାରଙ୍କର ପେଟ ପୋଷିବା, ଏହାକୁ ନେଇ ଦ୍ବନ୍ଦରେ ପଡିଲେଣି କଳାକାର । ପରିବାର ପୋଷଣ ପାଇଁ କେତେକ କଳା ଛାଡି ଅନ୍ୟ ବୃତ୍ତି ଆପଣେଇ ନେଉଥିବାବେଳେ ଅଧିକାଂଶ ଅଭ୍ୟସ୍ଥ କଳାକାର ହାତଗୋଡ ଯୋଡି ଘରେ ବସିଛନ୍ତି । ଭୋକ ଉପାସରେ ଆଉଟୁ ପାଉଟୁ ହେଲେ ମଧ୍ୟ ସରକାର ସେମାନଙ୍କ ଦୁଃଖ ବୁଝିବାର ନାଁ ଧରୁନାହାନ୍ତି ।

ଦୃଷ୍ଟିହୀନ ମାନଙ୍କ ଦ୍ୱାରା ଭଜନ ସଂଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସହଯୋଗ କାମନା

ଏପରି ସ୍ଥଳେ ନିଜ ପରିବାର ପୋଷଣ କରିବା ଲାଗି ଅଭିନବ ଉପାୟରେ ସାଧାରଣ ଲୋକଙ୍କ ଠାରୁ ଆର୍ଥିକ ସହଯୋଗର କାମନା କରିବା ଲାଗି ଆଗେଇ ଆସିଛନ୍ତି ଦୃଷ୍ଟିହୀନ ମଞ୍ଚକଳାକାର । ସୁମଧୁର ସଂଗୀତରେ ଦର୍ଶକଙ୍କ ମନମୋହିବା ସହିତ ବେଶ ଦି ପଇସା ସହଯୋଗ ପାଉଥିବା ବାରି ହୋଇଛି ।

ଆଖିକୁ ଦିଶୁନଥିବାବେଳେ ସଂଗୀତର ତାଳେ ତାଳେ ଅର୍ଗାନ, ତବଲା, ବେହେଲା ଓ ଝାଞ୍ଜ ବଜାଇବାରେ ଏହି ଦୃଷ୍ଟିହୀନମାନେ ବେଶ ପାରଦର୍ଶିତା ଅର୍ଜନ କରିଥିବା ବାରି ହୋଇଛି । ଦୃଷ୍ଟିହୀନ ମାନଙ୍କ ଦ୍ବାରା ଗଠିତ ଓଁକାର ଭଜନ ଅମୃତ ସମର୍ପଣ ରାସ୍ତା କଡରେ ପାଲ ପକାଇ ଭଜନ ସଂଗୀତ ଗାନ କରୁଛନ୍ତି । ଯାହାକି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବଜାରରେ ଏହି ଦୃଷ୍ଟିହୀନ ମାନଙ୍କ ଦ୍ବାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶହ ଶହ ବଜାର ବାସିନ୍ଦା ଠାରୁ ଆରମ୍ଭ କରି ପଥଚାରୀ ଘଡିଏ ଅଟକି ଯାଉଥିଲେ । ଏହି ଦୃଷ୍ଟିହୀନ ମାନଙ୍କ କଣ୍ଠରୁ ସୁମଧୁର ସଂଗୀତ ଶୁଣିବା ପରେ ଆର୍ଥିକ ସହଯୋଗ କରୁଥିବା ଜଣାଯାଇଛି ।

ମଞ୍ଚ କଳାକାରର ମୁଖ୍ୟ ସଞ୍ଜୟ ଶଙ୍ଖୁଆ ଅର୍ଗାନ ବଜାଇ ସଂଗୀତ ଗାନ କରୁଥିବାବେଳେ ଅନ୍ୟମାନେ ତବଲା ଓ ଝାଞ୍ଜ ବଜାଉଥିଲେ । କିଛି ସ୍ବେଚ୍ଛାସେବୀ ଏହି ମଞ୍ଚ ପରିଚାଳନା କରିବା ସହିତ ଦୃଷ୍ଟିହୀନଙ୍କୁ ଠିକଣା ସ୍ଥାନକୁ ନେବା ଆଣିବା କରୁଥିବା ଜଣାଯାଇଛି । ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ନିଜର ଅଧ୍ୟବସାୟ ବଳରେ ମଞ୍ଚ କଳାକାର ଭାବେ କାର୍ଯ୍ୟ କରୁଥିଲେ । ଯାହାଦ୍ବାରା ସେମାନଙ୍କ ପରିବାର କଷ୍ଟେମଷ୍ଟେ ଚଳିପାରୁଥିଲେ । ତେବେ କରୋନା କଟକଣାରେ ତାହା ବନ୍ଦ ଥିବାରୁ ରାସ୍ତା କଡରେ ସଂଗୀତ ଗାନ କରି ଲୋକଙ୍କ ଠାରୁ ଦାନ ବାକ୍ସ ଜରିଆରେ ଆର୍ଥିକ ସହଯୋଗ କାମନା କରିବା ବ୍ୟତିତ ଅନ୍ୟ ଉପାୟ ନଥିବା କହିଛନ୍ତି ମୁଖ୍ୟ ସଂଜୟ ଶଙ୍ଖୁଆ । ସରକାର ରାଜନୈତିକ ପ୍ରଚାରରେ ହଜାର ହଜାର ଲୋକଙ୍କୁ ଅନୁମତି ଦେଉଥିବା ବେଳେ, ଏହି ମଞ୍ଚ କଳାକାରଙ୍କୁ ଅନୁମତି କାହିଁକି ଦେଉନାହାନ୍ତି ? ତାହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details