ଭଦ୍ରକ: ଭଦ୍ରକର 300 ବର୍ଷର ପୁରାତନ ପୀଠ ମା' ବଙ୍କବାସୁଳୀ । ଏହି ଶକ୍ତିପୀଠରେ ରହିଛି ନିଆରା ପରମ୍ପରା । ବର୍ଷ ତମାମ ମା'ଙ୍କୁ ଏଠାରେ ବଗଳାମୁଖୀ ବେଶରେ ପୂଜା କରାଯାଉ ଥିବାବେଳେ ଶାରଦୀୟ ଦୁର୍ଗାପୂଜାରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାପାଏ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିରେ ପୂଜା କରାଯାଇଥାଏ ଏହି ବଙ୍କବାସୁଳୀ ପୀଠରେ ।
କୁହାଯାଏ ଯେ, ଭଦ୍ରକର ମା' ବଙ୍କବାସୁଳୀଙ୍କ ପୀଠ ୩୦୦ ବର୍ଷର ପୁରାତନ ପୀଠ । ପ୍ରଥମେ ମା' ଏଠାରେ ଏକ ଅଶ୍ବସ୍ତ ଗଛ ମୂଳରେ ଆବିର୍ଭାବ ହୋଇଥିଲେ । କାଳକ୍ରମେ ମା'ଙ୍କ ର ଏକ ସ୍ଥାୟୀ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରାଯାଇ ପୂଜା କରାଯାଉଛି । ୧୯୫୮ ମସିହାରୁ ମା' ଏଠାରେ ମୃଣ୍ମୟୀ ମୂର୍ତ୍ତିରେ ପୂଜା ପାଉଛନ୍ତି । ସ୍ବର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନା କରି ପ୍ରଥମେ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ମାନସିକଧାରୀ ମନସ୍କାମନା ପାଇଁ କଖାରୁ ବଳି ଯାଚିଥଆନ୍ତି ମା'ଙ୍କୁ । ଏହି ଜଶହରା ଅବସରରେ ପୀଠରେ ମାନସିକଧାରୀ କଖାରୁ ବଳି ଚଢାଉଥାନ୍ତି ।