ଭଦ୍ରକ: ସହରର ମୋଟେଲ ଛକ ନିକଟ ସାଳନ୍ଦୀ ହସପିଟାଲକୁ ସ୍ବତନ୍ତ୍ର କୋରୋନା ହସପିଟାଲ କରାଯିବ । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭି. କେ ପାଣ୍ଡିୟାନ । ଉଭୟ ହସ୍ପିଟାଲ ପରିଦର୍ଶନ କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଜିଲ୍ଲାରେ ଲକଡାଉନର ସ୍ଥିତି ସମ୍ପର୍କରେ ଏସପି ଓ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ ।
ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଭଦ୍ରକ ଗସ୍ତ ସାରି ଫେରିଯାଇଛନ୍ତି । ତେବେ ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ।