ଓଡିଶା

odisha

ETV Bharat / state

ସାଇକେଲରେ ବୁଲି ବାଣ୍ଟୁଥିଲେ ସଚେତନତା ବାର୍ତ୍ତା, ଏବେ ଲଢୁଛନ୍ତି ନିର୍ବାଚନ - ଭଦ୍ରକରେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ସମାଜସେବୀ

ସାଇକେଲ ଯୋଗେ ଭାରତ ଭ୍ରମଣ କରି ସଚେତନତାର ବାର୍ତ୍ତା ବାଣ୍ଟିଥିବା ସମାଜସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାଳିକ ଭଦ୍ରକ ଜିଲ୍ଲାର ଘରେ ଘରେ ବେଶ ପରିଚିତ। ନିଜର ଜନ କଲ୍ୟାଣ ଚିନ୍ତାଧାରା ନେଇ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ତ୍ରିଲୋଚନ। ଅଧିକ ପଢ଼ନ୍ତୁ

social worker stands for panchayat election in bhadrak
ସାଇକେଲରେ ଭାରତ ଭ୍ରମଣ କରି ସଚେତନ ବାର୍ତ୍ତା ଦେଉଥିଲେ, ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ

By

Published : Feb 13, 2022, 9:03 AM IST

ଭଦ୍ରକ: ସାଇକେଲ ଯୋଗେ ଭାରତ ଭ୍ରମଣ କରି ସଚେତନତାର ବାର୍ତ୍ତା ବାଣ୍ଟିଥିବା ସମାଜସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାଳିକ ଭଦ୍ରକ ଜିଲ୍ଲାର ଘରେ ଘରେ ବେଶ ପରିଚିତ । ନିଜର ଜନ କଲ୍ୟାଣ ଚିନ୍ତାଧାରା ନେଇ ସେ ଦେଶରୁ ଯକ୍ଷ୍ମା ରୋଗର ନିରାକରଣ ପାଇଁ ସାଇକେଲ ଯୋଗେ ଭାରତ ଭ୍ରମଣ କରି ସଚେତନତାର ବାର୍ତ୍ତା ଦେଉଥିଲେ। ସେହିପରି ସମାଜ ପ୍ରତି ନିଜର ଦାୟିତ୍ବକୁ ଦୃଷ୍ଟିରେ ରଖି ଚଳିତ ଥର ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

ସାଇକେଲରେ ଭାରତ ଭ୍ରମଣ କରି ସଚେତନ ବାର୍ତ୍ତା ଦେଉଥିଲେ, ଏବେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ

ସମାଜସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାଳିକ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକର ବାସିନ୍ଦା ଅଟନ୍ତି । ତାଙ୍କର ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସାରା ଭଦ୍ରକରେ ବେଶ ପରିଚିତ ଅଟନ୍ତି । ତେଣୁ ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂରୀକରଣ ଲକ୍ଷ୍ୟ ନେଇ ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅଞ୍ଚଳର ସମସ୍ୟାକୁ ସୁଧାରିବା ପ୍ରତିଶୃତି ଦେଇ ଗାଁ ଗାଁ ବୁଲି ଜନାତାଙ୍କୁ ଭୋଟ ଭିକ୍ଷା କରିଛନ୍ତି ତ୍ରିଲୋଚନ।

ଚଳିତ ନିର୍ବାଚନରେ ଆସନ ହାତେଇଲେ ଲୋକଙ୍କୁ ଅଧିକ ସେବା ଯୋଗାଇ ଦେଇ ପାରିବେ ବୋଲି ଆଶା ବାନ୍ଧିଛନ୍ତି । ନିଜ ସମର୍ଥକଙ୍କ ସହ ପ୍ରଚାର କରି ଭୋଟରଙ୍କ ସମର୍ଥନ ପାଇଁ ତ୍ରିଲୋଚନ ନିବେଦନ କରୁଛନ୍ତି । ତେବେ ପଞ୍ଚାୟତର ଶାସକ ବିଜେଡି ଓ ବିରୋଧିଙ୍କୁ ପ୍ରତିହତ କରି ନିର୍ବାଚିତ ହେବେ ବୋଲି ସେ ବେଶ ଆଶାବାଦୀ ଅଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details