ଓଡିଶା

odisha

ETV Bharat / state

ଏଏନଏମ ନିଯୁକ୍ତିରେ ସାମାଜିକ ଦୂରତାକୁ ଫୁ - ସାମାଜିକ ଦୂରତା ନିୟମ

କୋରୋନା ଯୋଦ୍ଧା ହେବାକୁ ଆସିଛନ୍ତି କିନ୍ତୁ ସାମାଜିକ ଦୂରତାକୁ ଫୁ। କୋଭିଡ କେୟାର ହୋମରେ ନିଯୁକ୍ତି ପାଇବାକୁ ଆସି ସାମାଜିକ ଦୂରତା ନିୟମକୁ ଭୁଲିଗଲେ ଆବେଦନକାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ । ଅଧିକ ପଢନ୍ତୁ...

ଏଏନଏମ ନିଯୁକ୍ତିରେ ସାମାଜିକ ଦୂରତା ଅମାନ୍ୟ
ଏଏନଏମ ନିଯୁକ୍ତିରେ ସାମାଜିକ ଦୂରତା ଅମାନ୍ୟ

By

Published : Jul 22, 2020, 8:58 PM IST

ଭଦ୍ରକ: କୋରୋନା ଯୋଦ୍ଧା ହେବାକୁ ଆସିଛନ୍ତି କିନ୍ତୁ ସାମାଜିକ ଦୂରତାକୁ ଫୁ। କୋଭିଡ କେୟାର ହୋମରେ ନିଯୁକ୍ତି ପାଇବାକୁ ଆସି ସାମାଜିକ ଦୂରତା ନିୟମକୁ ଭୁଲିଗଲେ ଆବେଦନକାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ।

ଏଏନଏମ ନିଯୁକ୍ତିରେ ସାମାଜିକ ଦୂରତାକୁ ଫୁ

ଭଦ୍ରକ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକ, ଏନଏସି ଓ ପୌରାଞ୍ଚଳ ଗୁଡିକୁ ସଟଡାଉନ ଘୋଷଣା କରାଯାଇଛି। ଏପରିସ୍ଥଳେ ଭଦ୍ରକ ମେଡିକାଲରେ ସାମାଜିକ ଦୂରତାକୁ ନିୟମକୁ ଅମାନ୍ୟ କରାଯାଇଥିବାର ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚାକିରୀ ଆବେଦନ କରିବା ପାଇଁ ଶହ ଶହ ପିଲାଙ୍କ ରୁଣ୍ଡ ହେବା ଦେଖିଲେ ଲାଗୁଛି, ଯେପରି କୌଣସି କଟକଣା ଲାଗୁ ହୋଇନାହିଁ।

ଖବର ଅନୁଯାୟୀ, ଜିଲ୍ଲାର 209ଟି ପଞ୍ଚାୟତରେ ହେବାକୁ ଥିବା କୋଭିଡ କେୟାର ହୋମ ପାଇଁ ବୁଧବାର ଠାରୁ 3 ଦିନ ପର୍ଯ୍ୟନ୍ତ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ପଞ୍ଚାୟତର କୋଭିଡ କେୟାର ହୋମରେ 3 ମାସ ପାଇଁ ଏଏନଏମ ଭାବେ ନିଯୁକ୍ତି ଦିଆଯିବ। ତେଣୁ ଏଥିପାଇଁ ଆବେଦନ କରିବା ପାଇଁ ପିଲାମାନଙ୍କ ସହ ଅଭିଭାବକମାନେ ରୁଣ୍ଡ ହୋଇଛନ୍ତି। ହେଲେ କେହି ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଛି। ତେବେ ଏହି ସାମାଜିକ ଦୂରତା ଅବମାନନା ଘଟଣାକୁ ପରୋକ୍ଷରେ ସିଡିଏମଓ ସ୍ବୀକାର କରିବା ସହ ପ୍ରଥମେ ଭିଡ ହୋଇଥିଲା କିନ୍ତୁ ପରେ ସାମାଜିକ ଦୂରତା ପାଳନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details