ଓଡିଶା

odisha

By ETV Bharat Odisha Team

Published : Dec 6, 2023, 1:55 PM IST

ETV Bharat / state

ରାଜନୈତିକ ଆକ୍ରୋଶରୁ ବସ୍ତି ଉଚ୍ଛେଦ ! ଜିଲ୍ଲାପାଳଙ୍କୁ ଭେଟିଲେ ବସ୍ତି ବାସିନ୍ଦା

ରାଜନୈତିକ ଆକ୍ରୋଶକୁ ନେଇ ଉନ୍ନୟନମୂଳକ ଯୋଜନା ଆଳରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ଅଭିଯୋଗ । ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଲେ ବସ୍ତିବାସିନ୍ଦା । ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁ ଦାବି । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କୁ ଭେଟିଲେ ବସ୍ତିବାସିନ୍ଦା
ଜିଲ୍ଲାପାଳଙ୍କୁ ଭେଟିଲେ ବସ୍ତିବାସିନ୍ଦା

ଜିଲ୍ଲାପାଳଙ୍କୁ ଭେଟିଲେ ବସ୍ତିବାସିନ୍ଦା

ଭଦ୍ରକ: ରାଜନୈତିକ ଆକ୍ରୋଶକୁ ନେଇ ଉନ୍ନୟନମୂଳକ ଯୋଜନା ଆଳରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ଅଭିଯୋଗ । ଏମିତି ଏକ ଅଭିଯୋଗ ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 17 ନମ୍ବର ୱାର୍ଡ ଚନ୍ଦନ ବଜାର ସ୍ଥିତ ବୁଧବାର ହାଟରେ ବସବାସ କରୁଥିବା କିଛି ପଛୁଆ ବର୍ଗର ବସ୍ତି ବାସିନ୍ଦାମାନେ । ପିଢି ପିଢି ଧରି ସେଠାରେ ରହିଆସୁଥିବା ବେଳେ ତାଙ୍କୁ ଉଚ୍ଛେଦ କରାଗଲେ ସେମାନେ କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି । ତାଙ୍କ ଥଇଥାନ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିକଟରେ ଅନୁରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ପୂର୍ବରୁ ଜମିପଟ୍ଟା ନ ଦେଲେ ଭୋଟ ବର୍ଜନ କରିବେ ବୁର୍ଲାବାସୀ !

ସୂଚନା ଅନୁଯାୟୀ, ବର୍ଷ ବର୍ଷ ଧରି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 17 ନମ୍ବର ୱାର୍ଡ ଚନ୍ଦନ ବଜାର ସ୍ଥିତ ବୁଧବାର ହାଟରେ ରହିଆସୁଛନ୍ତି ଗରିବ, ଖଟିଖିଆ, ଦଳିତ ତଥା ଭୂମିହୀନ ଶ୍ରେଣୀର ପାଖାପାଖି 14 ପରିବାରର ଲୋକମାନେ । ଏଥିପାଇଁ ସେମାନେ ସରକାରଙ୍କୁ ଟିକସ ମଧ୍ୟ ଦେଉଛନ୍ତି । ତେବେ ସେଠାରେ ପୌରପାଳିକା ପକ୍ଷରୁ କୌଣସି ଉନ୍ନୟନମୂଳକ ଯୋଜନା କରାଯିବା ନେଇ ଏହି ବସ୍ତି ବାସିନ୍ଦାମାନଙ୍କୁ ଉଚ୍ଛେଦ କରିବା ପାଇଁ ପୌରପାଳିକା ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି ।

ଫଳରେ ଉକ୍ତ ସରକାରୀ ଜମିରେ ଖଜଣା ଦେଇ ଦୀର୍ଘ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଲୋକମାନଙ୍କ ମୁଣ୍ଡ ଉପରେ ଏବେ ଚଡ଼କ ପଡିଛି । ଶୀତ ଋତୁ ସମୟରେ ଗୃହ ଉଚ୍ଛେଦ ହେଲେ ଆମେ କେଉଁଠି ରହିବୁ ବୋଲି ପ୍ରଶ୍ନ କରିଛନ୍ତି ବସ୍ତିବାସିନ୍ଦା । ଅନ୍ୟପଟେ ବସ୍ତିରେ କେଉଁକାର୍ଯ୍ୟ ହେବ ତାହା ସଠିକ ଭାବରେ କୁହାଯାଉନଥିବା ବେଳେ ଏଠାରେ ରାଜନୈତିକ ଆକ୍ରୋଶ ରଖି ବସ୍ତିବାସିନ୍ଦାଙ୍କୁ ଜାଣି ଶୁଣି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ରଞ୍ଜନ ମହାନ୍ତି ।

ଏହାମଧ୍ୟ ପଢନ୍ତୁ.. ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି, ବିଶାଳ ଶୋଭାଯାତ୍ରାରେ ଚାଷୀଙ୍କ ବିକ୍ଷୋଭ

ଏହି ଉଚ୍ଛେଦ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଥଇଥାନ ନିୟମ ମୁତାବକ ଉପଯୁକ୍ତ ସ୍ଥାନ ନିରୂପଣ କରି ବାସଗୃହ ନିର୍ମାଣ କରାଇବା ପର୍ଯ୍ୟନ୍ତ ସେମାନଙ୍କୁ ସମୟ ଦେବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ଏହି ଭୂମିହୀନ ମାନେ । ଏହିପରି ସ୍ଥଳେ ଘର ଉଚ୍ଛେଦ ପାଇଁ ପୌରପାଳିକା ନେଇଥିବା ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରିବା, ପୌରପାଳିକା ମଧ୍ୟରେ ଏକ ସରକାରୀ ଜମିରେ ଜମି ଚିହ୍ନଟ ଓ ଗୃହ ନିର୍ମାଣ କରାଇବାର ସୁବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details