ଭଦ୍ରକ: ରାଜ୍ୟ ସ୍ତରରେ 113 ଜଣ ପୋଲିସ ଏସଆଇଙ୍କୁ ଆଇଆଇସି ପାହ୍ୟାକୁ ପଦୋନ୍ନତି ହୋଇଥିବା ସୂଚନା ମିଳିଛି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆଦେଶ ସଂଖ୍ୟା 563/22ରେ ଏହା ପ୍ରକାଶ ପାଇଛି । ଏସଆଇ ମାନଙ୍କ ଏହି ପଦୋନ୍ନତି ପାଇଁ ମୋଟ୍ 159 ଜଣଙ୍କ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ତନ୍ମଧ୍ୟରୁ ଏହି 113 ଜଣଙ୍କର ପଦୋନ୍ନତି ହୋଇଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନାର ଏସଆଇ ବନମାଳି ବାରିକଙ୍କ ପଦନ୍ନୋତି ହୋଇଛି ।
ବନମାଳି ବାରିକ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ପୋଲିସ ଅଫିସର ଭାବେ ବେଶ ଜଣାଶୁଣା । ବିଭିନ୍ନ ବିବାଦୀୟ ଘଟଣାର ସୂଚାରୁ ରୂପେ ନ୍ୟାୟ ପ୍ରଦାନ କରିବା ଏବଂ ଅଭିଯୁକ୍ତିକୁ ଧରିବାରେ ସେ ସିଦ୍ଧହସ୍ତ । ବିଗତ 3 ବର୍ଷ ହେଲା ତିହିଡି ଥାନାରେ କାର୍ଯ୍ୟରତ ରହି ବିଭିନ୍ନ ଜାତି, ଧର୍ମ ଓ ଦଳ ନିର୍ବଶେଷରେ ପ୍ରିୟପାତ୍ର ହୋଇ ପାରିଛନ୍ତି । ଜଣେ ଦକ୍ଷ ଅଫିସର ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସୁପାରିଶ କ୍ରମେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ତାଙ୍କୁ ପୁନଶ୍ଚ ଏହି ଭଦ୍ରକ ଜିଲ୍ଲାରେ ଅବସ୍ଥାନ କରାଯାଇଛି ।