ଓଡିଶା

odisha

ETV Bharat / state

ସ୍ବାଧୀନତା ସଂଗ୍ରାମ ଇତିହାସର ସାକ୍ଷୀ ଲୁଣିଆଁ, ଆଜି ବି ମନେପଡ଼େ ବୀର ପୁରୁଷଙ୍କ ବଳିଦାନ - ଲୁଣିଆଁର ସହିଦ ସ୍ମୃତି ସ୍ତମ୍ଭ

ବୀର ପୁରୁଷଙ୍କ ବଳିଦାନରେ ତିଆରି ହୋଇଛି ମୁକ୍ତିର ଭାରତ । ଦେଶ ଆଜି ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଅମୃତର ମାନସ ପଟରେ ଝଲସି ଉଠୁଛି 1942 ମସିହା ସେପ୍ଟେମ୍ବର 22 ତାରିଖ ଲୁଣିଆଁର ସେହି ରକ୍ତରଞ୍ଜିତ ଇତିହାସର କଥା । ଅଧିକ ପଢ଼ନ୍ତୁ

history of shahid smriti sthamba at lunia bhadrak
ସ୍ବାଧୀନତା ସଂଗ୍ରାମ ଇତିହାସର ସାକ୍ଷୀ ଲୁଣିଆଁ, ଆଜି ବି ମନେପଡ଼େ ବୀର ପୁରୁଷଙ୍କ ବଳିଦାନ

By

Published : Aug 14, 2022, 11:14 PM IST

ଭଦ୍ରକ:ଗୋରା ସିପାହୀ ଶାସନରୁ ମୁକ୍ତି ପାଇଥିବା ଭାରତ ଆଜି ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ଏମୃତ କାଳରେ ମାନସ ପଟରେ ଝଲସି ଯାଉଛି ସ୍ବାଧୀନତାର ସ୍ବାଦ ଚଖାଇଥିବା ବୀର ସଂଗ୍ରାମୀଙ୍କ ବଳିଦାନ । ଦେଶ ସ୍ବାଧୀନ ହେଲା, ବ୍ରିଟିଶ ଶାସନ ହଟିଲା । ମୁକ୍ତି ଯୁଦ୍ଧରେ ଅନେକ ଶହୀଦ ହେଲେ । ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି ଭାରତ। ଆଜି ବି ମନେପଡେ 1942 ମସିହା ସେପ୍ଟେମ୍ବର 22 ତାରିଖ ଲୁଣିଆଁର ସେହି ରକ୍ତରଞ୍ଜିତ ଇତିହାସର କଥା। ଯେଉଁଠାରେ ଅତ୍ୟାଚାରୀ ଇଂରେଜମାନେ ଗୁଳିଚାଳନା କରି 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀଙ୍କୁ ଶହୀଦ କରିଦେଥିଲେ।

ସ୍ବାଧୀନତା ସଂଗ୍ରାମ ଇତିହାସର ସାକ୍ଷୀ ଲୁଣିଆଁ

1942 ମସିହା ସେପ୍ଟେମ୍ବର 22 ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଯାହାର ନେତୃତ୍ବ ନେଇଥିଲେ ସର୍ଦ୍ଦାର ମୁରଲୀଧର ପଣ୍ଡା। ତେଣୁ ଏହାକୁ ଦମନ କରିବା ପାଇଁ ଲୁଣିଆଁରେ ବ୍ରିଟିଶ ସେନା ପହଞ୍ଚିଥିଲେ। ଏହାକୁ ଖାତିର ନକରି ସେମାନଙ୍କୁ ପ୍ରତିରୋଧ କରିଥିଲେ ବୀର ସ୍ଵାଧୀନତା ସଂଗ୍ରାମୀମାନେ। ଶେଷରେ ନିରୁପାୟ ହୋଇ ସେଠାରୁ ଫେରିଯିବା ଛଳନା କରି ଇଂରେଜମାନେ 35 ରାଉଣ୍ଡ ଗୁଳିଚାଳନା କରିଥିଲେ। ଫଳରେ ଲୁଣିଆଁରେ ଶହୀଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ତେଣୁ ଦେଶମାତୃକା ସ୍ଵାଧୀନ ହେବା ପରେ ଏଠାରେ ସେପ୍ଟେମ୍ବର 22 ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ଦୀର୍ଘ ଦିନର ଦାବି ପରେ 2016 ମସିହାରେ ଲୁଣିଆଁକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଗଲା । ମାନ୍ୟତା ସିନା ପାଇଲା ହେଲେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇନାହିଁ । ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି, "କେବଳ ଶହୀଦ ଦିବସ ଏବଂ ଅଗଷ୍ଟ ୧୫ ଆସିଲେ ମନେପଡ଼େ ଦିବସ ପାଳନର ଔପଚାରିକତା । ସ୍ବାଧୀନତାର ପରବର୍ତ୍ତୀ କାର୍ଯ୍ୟ ଆଜି ବି ଅଧାପନ୍ତରିଆ ହୋଇ ରହିଛି ।"

ପ୍ରତି ବର୍ଷ ସେପ୍ଟେମ୍ବର 22 ତାରିଖ ଆସିଲେ ମନେପଡ଼େ ଲୁଣିଆର ସେହି ରକ୍ତରଞ୍ଜିତ ଇତିହାସ କଥା। ଅନ୍ୟପକ୍ଷରେ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ସହିଦ ପୀଠର ଦାୟାଦ ମାନେ ବେଶ ଉତ୍ସାହିତ ଅଛନ୍ତି। ଏହିପରି ଭାବରେ ପ୍ରତିବର୍ଷ ଦେଶରେ ସ୍ଵାଧୀନତା ମହୋତ୍ସବ ପାଳିତ ହେଲେ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ବରିଷ୍ଠ ସ୍ଥାନୀୟ ନେତୃତ୍ବ କହିଛନ୍ତି । ଏଥିସହ ଭାରତ ଇତିହାସରେ ସ୍ଥାନ ପାଇଥିବା ଏହି ରକ୍ତ ରଞ୍ଜିତ ଶହୀଦ ପୀଠର ଭିତ୍ତିଭୂମି ବିକାଶ ସହ ସହିଦଙ୍କୁ ଯଥୌଚିତ ସମ୍ମାନ ମିଳିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details