ଭଦ୍ରକ: ଦେହ ବ୍ୟବସାୟରେ ଲିପ୍ତ ଦୁଇ ଜଣ ଯୁବକ ଗିରଫ । ଜଣେ ଯୁବତୀ ଉଦ୍ଧାର । ସୂଚନା ଅନୁଯାୟୀ ବାସୁଦେବପୁର ବେତଡା ବଜାରରେ ଏକ ଭଡା ଘରେ ପୋଲିସ ଚଢାଉ କରି ଦେହ ବ୍ୟବସାୟ ଚାଲିଥିବା ବେଳେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ 2 ଜଣ ଯୁବକଙ୍କୁ ଗିରଫ କରିଛି ।
ଭଡା ଘରେ ଚାଲିଥିଲା ସେକ୍ସ ରାକେଟ: ପର୍ଦ୍ଦାଫାସ କଲା ପୋଲିସ - ଭଡା ଘରେ ସେକ୍ସ ରାକେଟ
ଏକ ଭଡା ଘରେ ପୋଲିସ ଚଢାଉ କରି ଦେହ ବ୍ୟବସାୟ ଚାଲିଥିବା ବେଳେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ ଓ 2 ଜଣ ଯୁବକଙ୍କୁ ଗିରଫ କରିଛି ।
![ଭଡା ଘରେ ଚାଲିଥିଲା ସେକ୍ସ ରାକେଟ: ପର୍ଦ୍ଦାଫାସ କଲା ପୋଲିସ](https://etvbharatimages.akamaized.net/etvbharat/prod-images/768-512-4786018-95-4786018-1571342265570.jpg)
ଭଡା ଘରେ ଚାଲିଥିଲା ସେକ୍ସ ରାକେଟ: ପର୍ଦ୍ଦାଫାସ୍ କଲା ପୋଲିସ
ଭଡା ଘରେ ଚାଲିଥିଲା ସେକ୍ସ ରାକେଟ: ପର୍ଦ୍ଦାଫାସ୍ କଲା ପୋଲିସ
ତେବେ ଏହି ଭଡା ଘରେ ଦୀର୍ଘ ଦିନ ଧରି ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭଡା ଘର ଉପରେ ଚଢ଼ାଉ କରି ଜଣେ ଯୁବତୀ ସହିତ 2 ଜଣ ଯୁବକକୁ ଥାନାକୁ ଆଣିଥିଲା । ଗୁରୁବାର ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି 2 ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । ଏଯାବତ୍ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ