ଭଦ୍ରକ: ଏକ ଭଡା ଘରେ ସେକ୍ସ ରାକେଟ ଚାଲିଥିବାବେଳେ ଠାବ କଲା ପୋଲିସ । ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡାଘରୁ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ 4 ମହିଳାଙ୍କୁ ପୋଲିସ ଅଟକ ରଖିଥିବାବେଳେ, ଦୁଇ ପୁରୁଷଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ଗତକାଲି(ଶନିବାର) ବିଳମ୍ବିତ ରାତିରେ ଭଦ୍ରକ ସହର ଠାରୁ ମାତ୍ର ଅଳ୍ପ ଦୂର, ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସନ୍ଦେହଜନକ ଅବସ୍ଥାରେ ପୋଲିସ 4 ମହିଳା ସମେତ ଦୁଇ ପୁରୁଷଙ୍କୁ ଥାନାକୁ ଉଠାଇ ଆଣିଛି। ପରେ ଏମାନଙ୍କୁ ପୋଲିସ ଦୀର୍ଘ ସମୟ ଧରି ପଚରା ଉଚରା କରିବା ସହ ତନାଘନା କରିଥିଲା।