ଓଡିଶା

odisha

ETV Bharat / state

ଶ୍ରାବଣ ମାସ ଦ୍ବିତୀୟ ସୋମବାର, ଆଖଣ୍ଡଳମଣି ପୀଠରେ 144 ଧାରା ଲାଗୁ - ଶ୍ରାବଣ ମାସ ଦ୍ବିତୀୟ ସୋମବାର

ଆଜି ଶ୍ରାବଣ ମାସର 2ୟ ସୋମବାର। ହେଲେ ମହାମାରୀ କୋରୋନା ପାଇଁ କଟକଣା ଜାରି ହେବା ସହ ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ପୀଠରେ 144 ଧାରା ଜାରି ହୋଇଥିବାରୁ ସମଗ୍ର ପୀଠ ଭକ୍ତଶୂନ୍ୟ ହୋଇପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଖଣ୍ଡଳମଣି ପୀଠରେ 144 ଧାରା ଲାଗୁ
ଆଖଣ୍ଡଳମଣି ପୀଠରେ 144 ଧାରା ଲାଗୁ

By

Published : Jul 13, 2020, 4:41 PM IST

ଭଦ୍ରକ: ଆଜି ଶ୍ରାବଣ ମାସର 2ୟ ସୋମବାର। ଭଦ୍ରକ ଜିଲ୍ଲା ଆରଡିଧାମର ଅଧିଶ୍ବର ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥାନ୍ତେ ହଜାର ହଜାର କାଉଡିଆ ଭକ୍ତ । ହେଲେ ମହାମାରୀ କୋରୋନା ପାଇଁ କଟକଣା ଜାରି ହେବା ସହ ପୀଠରେ 144 ଧାରା ଜାରି ହୋଇଥିବାରୁ ସମଗ୍ର ପୀଠ ଭକ୍ତଶୂନ୍ୟ ହୋଇପଡିଛି । ଖାଁଖାଁ ଲାଗୁଛି ଆଖଣ୍ଡଳମଣି ଶୈବ ପୀଠ ।

ଆଖଣ୍ଡଳମଣି ପୀଠରେ 144 ଧାରା ଲାଗୁ

ଯେଉଁଠି କାଉଡିଆଙ୍କ ବୋଲବୋମ ହରହର ବୋମ, ମଣିବାବା ପାର କରେଗା ଧ୍ବନୀରେ ମୁଖରିତ ହୋଇଥାନ୍ତା ସେଠି ଆଜି ଶୂନଶାନ ହୋଇପଡିଛି । ଏପରିକି କୌଣସି ଭକ୍ତ ଯେପରି ପୀଠକୁ ଜଳଭାର ନେଇ ନଆସିବେ ସେଥିପାଇଁ ରବିବାର ଠାରୁ ସୋମବାର ଯାଏଁ ଆରଡି ପୀଠ ଓ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି 144 ଧାରା ।

ଏହାସହ ପୀଠରେ ଥିବା ସମସ୍ତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଶ୍ରଦ୍ଧାଳୁ ଜଳଭାର ନଉଠାଇବେ ସେଥିପାଇଁ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ମନ୍ଦିରର ବିଧିବିଧାନ ଅନୁଯାୟୀ ଶ୍ରାବଣୀ ନୀତିକାନ୍ତି ସହ ଦୈନଦିନ ନୀତିକାନ୍ତି ସୀମିତ ସେବାୟତ ମାକ୍ସ ପରିଧାନ କରିବା ସହ ସାମାଜିକ ଦୂରତା ରଖି ସମ୍ପନ୍ନ କରାଯାଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details