ଓଡିଶା

odisha

ETV Bharat / state

ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ - ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ନେଇ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦାବୀ ପୂରଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି । ଅଧିକ ପଢନ୍ତୁ...

ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ
ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

By

Published : Feb 6, 2020, 5:02 AM IST

ଭଦ୍ରକ: ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ନେଇ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ଭଣ୍ଡାରିପୋଖରୀ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଏହି ଆନ୍ଦୋଳନ ହୋଇଛି । ଆନ୍ଦୋଳନ ଫଳରେ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ବ୍ୟାହତ ହୋଇଛି ।

ବାଲିମାଫିଆଙ୍କ ଆକ୍ରମଣ ଘଟଣା: ଭଣ୍ଡାରିପୋଖରୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଓ ମଞ୍ଜୁରୀରୋଡ଼ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀମାନେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ । ଏ ନେଇ କଲମ ଛାଡ ଆନ୍ଦୋଳନ କରିଥିଲେ ଭଣ୍ଡାରିପୋଖରୀ ତହସିଲ କର୍ମଚାରୀ । ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦାବୀ ପୂରଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details