ଓଡିଶା

odisha

ETV Bharat / state

ରକ୍ତତୀର୍ଥ ଇରମରେ ସହିଦ ଦିବସ ପାଳିତ - sahid diwas celebrated in iram

ରକ୍ତତୀର୍ଥ ଇରମରେ ସହିଦ ଦିବସ ପାଳିତ । ସମାଧି ପୀଠରେ ସହିଦଙ୍କୁ ତୋପ ସଲାମୀ । ବିଡ଼ିଓ ପ୍ରଣବ ବେହେରାଙ୍କ ଅଧ୍ୟକ୍ଷତାରେ ସହିଦ ସ୍ମୃତି କମିଟି ଦ୍ବାରା ଏହି ସହିଦ ଦିବସ ଆୟୋଜିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

By

Published : Sep 29, 2019, 12:33 AM IST

ଭଦ୍ରକ: ବାସୁଦେବପୁର ରକ୍ତତୀର୍ଥ ଇରମ ଠାରେ ମହା ଆଡମ୍ବରରେ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ମେଳଣ ପଡ଼ିଆରେ ପରେଡ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ଏହା ସହିତ ସହିଦଙ୍କ ଉଦ୍ଦେଶ୍ୟରେ ସମାଧି ପୀଠରେ ତୋପ ସଲାମୀ ଦିଆଯାଇଥିଲା। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଭଦ୍ରକ ଡିଏସପି, ବାସୁଦେବପୁର ବିଡ଼ିଓ ଓ ବାସୁଦେବପୁର ଥାନା ଅଧିକାରୀ ସହିଦ ପୀଠରେ ମାଲ୍ୟାର୍ପଣ କରିଥିଲେ। ଏଥିସହିତ ସହିଦ ସ୍ମୃତି ଭବନରେ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା।

ବିଡ଼ିଓ ପ୍ରଣବ ବେହେରାଙ୍କ ଅଧ୍ୟକ୍ଷତାରେ ସହିଦ ସ୍ମୃତି କମିଟି ଦ୍ବାରା ଏହି ସହିଦ ଦିବସରେ ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଯୋଗ ଦେଇ ଶହୀଦ ପୀଠରେ ମାଲ୍ୟାର୍ପଣ କରିବା ସହିତ ତିଲତର୍ପଣ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details