ଓଡିଶା

odisha

ETV Bharat / state

Dhamnagar Bypoll: ଲୋକେ ଟଙ୍କା ନିଅନ୍ତୁ, ନିଜ ଇଚ୍ଛାରେ ଭୋଟ ଦିଅନ୍ତୁ କହିଲେ ଦାମ - ଟଙ୍କା ବଣ୍ଟା ରାଜନୀତି ଆରମ୍ଭ

ଧାମନଗର ଉପନିର୍ବାଚନ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଏହାରି ମଧ୍ୟରେ ଚିରାଚରିତ ଢଙ୍ଗରେ ମତଦାତାଙ୍କୁ ଟଙ୍କା ଦେଇ କିଣିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଲାଣି(money distribution allegation for Dhamnagar Bypoll) । ଅଧିକ ପଢ଼ନ୍ତୁ

ruling-party-and-opposition-targets-each-other-after-on-money-distribution-allegation-for-dhamnagar-bypoll
Dhamnagar Bypoll: ପରସ୍ପର ଉପରେ ଦୋଷ ଲଦିଲେ ଶାସକ ବିରୋଧୀ, ଟଙ୍କା ବଣ୍ଟା ରାଜନୀତି ଆରମ୍ଭ !

By

Published : Oct 26, 2022, 9:59 PM IST

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏବେ ଧାମନଗର ଉପନିର୍ବାଚନ ଉଷ୍ମ ପବନ ବୋହିବାରେ ଲାଗିଛି । ମତାଦାତାଙ୍କ ବିଶ୍ବାସଭାଜନ ହେବାକୁ ପ୍ରମୁଖ ରାଜନୈତିକ ଦଳର ବଳିଷ୍ଠ ନେତାଏ ଧାମନଗରରେ ପ୍ରଚାରରେ ଲାଗି ପଡ଼ିଛନ୍ତି । ଏହାରି ମଧ୍ୟରେ ଚିରାଚରିତ ଢଙ୍ଗରେ ବିରୋଧୀ ରାଜାନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଆରମ୍ଭ ହୋଇଯାଇଛି । ଶାସକ ଦଳ ଟଙ୍କା ବାଣ୍ଟୁଥିବା ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ ବିରୋଧୀଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛି ଶାସକ ଦଳ (money distribution allegation for Dhamnagar Bypoll) ।

Dhamnagar Bypoll: ପରସ୍ପର ଉପରେ ଦୋଷ ଲଦିଲେ ଶାସକ ବିରୋଧୀ, ଟଙ୍କା ବଣ୍ଟା ରାଜନୀତି ଆରମ୍ଭ !

ଟଙ୍କା ବଣ୍ଟା ରାଜନୀତି

ଧାମନଗର ଆସନ ହାତେଇବା ପାଇଁ ରାଜନୈତିକ ରାଲି ଓ ସଭା ସମିତି ମାଧ୍ୟମରେ ପ୍ରତିଶୃତି ପରେ ପ୍ରତିଶୃତି ଦେବାରେ ଲାଗିଛନ୍ତି ରାଜନୈତିକ ଦଳ । ଏହାରି ମଧ୍ୟରେ ଶାସକ ଦଳର ଏକ ରାଜନୈତିକ ସମାବେଶ ଭିଡିଓ ବେସ୍‌ ଭାଇରାଲ୍‌ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ଏକ ନିର୍ବାଚନୀ ସଭାରେ ବିଜେଡି ନେତା ମନ୍ତ୍ରୀ ଓ ବଡବଡ଼ିଆଙ୍କ ଉପସ୍ଥିତିରେ କହୁଛନ୍ତି ଯେଉଁ ପଞ୍ଚାୟତରେ ବିଜେଡି ଲିଡ୍‌ କରିବ ସେହି ପଞ୍ଚାୟତକୁ କୋଟିଏ ଟଙ୍କାର ପୁରସ୍କାର ଦିଆଯିବ । ଏକଥା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଟଙ୍କା ବାଣ୍ଟି ଚାଲିଗଲେ ଦିଦି

ସେହିଭଳି ମତଦାନ ପୂର୍ବରୁ ଧାମନଗରରେ ଆଉ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଆଉ ଗୋଟିଏ ଭିଡିଓରେ ଏକ ଗାଡିରେ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳା ଘରକୁ ଘର ବୁଲି ଟଙ୍କା ବାଣ୍ଟୁଛନ୍ତି । ପଚାରିଲେ କହୁଛନ୍ତି, "ଚେୟାରମ୍ୟାନଙ୍କ ପଦଯାତ୍ରାରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କୁ ଖାଇବା ଖର୍ଚ୍ଚ ଦେବାକୁ ଟଙ୍କା ପଠାଇଛନ୍ତି । ମୋତେ କୌଣସି ବିଜେଡି ବିଜେପି କଥା କହି ନାହାନ୍ତି ।" ପଦଯାତ୍ରାରେ କେଉଁମାନେ ଯୋଗ ଦେଇଥିଲେ ତାହାର ଏକ ତାଲିକା ମଧ୍ୟ ରଖିଛନ୍ତି ମହିଳା । ଯିଏ ଅଧିକ ସଦସ୍ୟ କଥା କହୁଛି ତାଙ୍କୁ ତାଗିଦ ମଧ୍ୟ କରୁଥିବା ଦେଖାଯାଇଛି ।

ବିଜେପିର ଅଭିଯୋଗ

ଏଭଳି ଭିଡିଓ ଭାଇରାଲ୍‌ ହେବାପରେ ବିଜେପି ଏକ ପ୍ରେସ୍‌ମିଟ୍‌ କରି ଶାସକ ଦଳକୁ ଟାର୍ଗେଟ କରିଥିଲା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ଯେଉଁମାନେ ନିରପେକ୍ଷ ନିର୍ବାଚନ ଆୟୋଜନ ଦାୟିତ୍ବ ନେଇଛନ୍ତି ସେମାନ ହିଁ ଏହି ନିୟମ ଉଲ୍ଲଂଘନ କରୁଛନ୍ତି । ବିଜେଡି କର୍ମୀ ସମ୍ମିଳନୀରେ ମନ୍ତ୍ରୀଙ୍କ ଉପସ୍ଥିତିରେ ନେତାଏ କହୁଛନ୍ତି, ଯେଉଁ ପଞ୍ଚାୟତରେ ବିଜେଡି ଲିଡ୍‌ ନେବ ସେହି ପଞ୍ଚାୟତଙ୍କୁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ପୁରସ୍କାର ଦେବେ । ଏହି ସଭାମଞ୍ଚରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ସାଂସଦ ସୁଲତା ଦେଓ ଅଛନ୍ତି ବିଜେଡିର ପ୍ରାର୍ଥୀ ଅଛନ୍ତି । ଜୟନ୍ତ କୁମାର ଭୋଇ ନାମକ ନେତା ଏହି ଘୋଷଣା ସ୍ପଷ୍ଟ ଭାବରେ କରୁଛନ୍ତି ।"

ପାଲଟା ଅଭିଯୋଗ କଲା ବିଜେଡି

ସେପଟେ ବିଜେପି ବିରୋଧରେ ପାଲଟା ଅଭିଯୋଗ ଆଣି ନିର୍ବାଚନ ଆୟୋଗଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେଡ ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, "ଲଗାତାର ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଏକ ଅପଚେଷ୍ଟା । ଆମେ ଆଶା କରୁଛୁ ସେ ନିରପେକ୍ଷ ଭାବରେ ନିର୍ବାଚନ ଲଢ଼ିବେ । ନିର୍ବାଚନରେ କଣ ହେବ ଲୋକେ ତାହାକୁ ନେଇ ନିଷ୍ପତ୍ତି ନିଅନ୍ତୁ ।"

ଗଣତନ୍ତ୍ରର ଆତ୍ମହତ୍ୟା !

ସେପଟେ ଟଙ୍କା ବାଣ୍ଟିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ରାଜନତା ଦାମୋଦର ରାଉତ । ସେ କହିଛନ୍ତି, "ଏହା ଗଣତନ୍ତ୍ରର ହତ୍ୟା । ଲୋକେ ଟଙ୍କା ନିଅନ୍ତୁ କିନ୍ତୁ ନିଜ ଇଚ୍ଛା ମୁତାବକ ପ୍ରାର୍ଥୀକୁ ଭୋଟ ଦିଅନ୍ତୁ । ଉଭୟ ଦଳ ଦୋଷ ଲଦାଲଦି ହେଉଛନ୍ତି । ଗଣତନ୍ତ୍ରରେ ଲୋକଙ୍କୁ କ୍ଷମତା ଦିଆଯାଇଛି ସେ ଲୋକ ପ୍ରତିନିଧି ବାଛିବେ । ବର୍ତ୍ତମାନ ଟଙ୍କା ଦେଇ ଲୋକଙ୍କ ଭୋଟ ଦେବାକୁ ବାଧ୍ୟ କରାଯାଉଛି ।"

ଉପନିର୍ବାଚନ ମାନେ ଟଙ୍କା !

ଉପନିର୍ବାଚନ କେବେଳ ଟଙ୍କାରେ ହୁଏ । ଏଥିରେ କେବେ ନୀତି ଆଦର୍ଶ ରହିନାହିଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ଉପ ନିର୍ବାଚନ କେବଳ ଟଙ୍କାରେ ହୁଏ । ଏଥିପାଇଁ ସବୁବେଳେ ବିଜେଡି ଜିତି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ଏକ ଆଧାର ରହୁଛି । କେବଳ ଶାସକ ଦଳରେ ଟଙ୍କା ଦେଉଛି ତାହା ନୁହେଁ ବିରୋଧୀ ଦଳ ମଧ୍ୟ ଟଙ୍କା ଖର୍ଚ୍ଚ କରୁଥିବା ନଜୀର ରହିଛି । ଏଥିରେ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠୁଛି । ଆୟୋଗ କରୁଛି କଣ ?"

ଦିନ ଥିଲା ସେବା ମନୋଭାବ ନେଇ ନେତା ନିର୍ବାଚନ ଲଢୁଥିଲେ । ନିର୍ବାଚନରେ ଖର୍ଚ୍ଚ ରହୁଥିଲା ମାତ୍ର 16 ଟଙ୍କା ବୋଲି କହିଛନ୍ତି ଦାମ । ଏବେ ଅର୍ଥ ବଳକୁ ଆୟୁଧ କରି ନିର୍ବାଚନ ଲଢାଯାଉନି କି ? ଏହା ଦ୍ବାରା ଗଣତନ୍ତ୍ର ମୂଲ୍ୟବୋଧ ହରାଇବା ସହ ନିର୍ବାଚନ ଉପରୁ ଲୋକଙ୍କ ବିଶ୍ବାସ ଉଠି ଯାଉଥିବା ଆଲୋଚନା ହେଉଛି ।

ABOUT THE AUTHOR

...view details