ଓଡିଶା

odisha

ETV Bharat / state

ଚିଟଫଣ୍ଡ ଠକଙ୍କ ଗିରଫ ଦାବି, ଗଣଧାରଣା ଦେଲେ କ୍ଷତିଗ୍ରସ୍ତ ଜମାକାରୀ - bhadrak

ଚିଟଫଣ୍ଡ ଅଭିଯୁକ୍ତକୁ ଗିରଫ ଦାବି କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ଭଦ୍ରକବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : May 30, 2019, 10:07 PM IST

ଭଦ୍ରକ: ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଚିଟଫଣ୍ଡ ସଂସ୍ଥା ଦ୍ବାରା ଠକେଇ ହୋଇଥିବା କ୍ଷତିଗ୍ରସ୍ତ ଜମାକାରୀମାନେ ଏହି ଧାରଣା ଦେଇଛନ୍ତି । ଲୋକଙ୍କର ଟଙ୍କାକୁ ଖୁବ ଶୀଘ୍ର ଡବଲ କରିବା ପାଇଁ ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ସଂସ୍ଥା ନାମରେ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ଯାହାକୁ ନେଇ କ୍ଷତିଗ୍ରସ୍ତ ଜମାକାରୀମାନେ ନିଜର ଟଙ୍କା ଫେରସ୍ତ ସହ ଅଭିଯୁକ୍ତକୁ ଗିରଫ ଦାବିରେ ଏହି ଆନ୍ଦୋଳନ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ 3 ବର୍ଷ ପୂର୍ବେ ବିଟକଏନ ନାମକ ଚିଟଫଣ୍ଡ କମ୍ପାନୀ ଭଦ୍ରକ ଜିଲ୍ଲାର ବିଭିନ୍ନ ଜମାକାରୀଙ୍କ ଠାରୁ 50 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମାଞ୍ଚଳ ଥାନାରେ କ୍ଷତିଗ୍ରସ୍ତ ଜମାକାରୀମାନେ 15 ଦିନ ହେଲା ଏତଲା ଦେଇଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଏବଂ ନିଜର କଷ୍ଟ ଉପାର୍ଜିତ ଧନ ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ଜମାକାରୀମାନେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

ତେବେ ଘଟଣାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଏହି ଗଣଧାରଣା ହଟିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details