ଭଦ୍ରକ: ସଡକ ସୁରକ୍ଷା ଓ କରୋନା ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ। ଭଦ୍ରକ ଜିଲ୍ଲ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ରାହାସ କମଟି ପକ୍ଷରୁ ସଡକ ସୁରକ୍ଷା ଏବଂ କରୋନା ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ବିଦେଇପୁର ବଜାର ନିକଟରେ ନାୟକାଣଡିହି ଥାନା ଏସ.ଆଇ ନିରୋଦ କୁମାର ମଲ୍ଲକଙ୍କ ଉପସ୍ଥିତିରେ ସମସ୍ତ ବାଇକ ଆରୋହୀ ମାନଙ୍କୁ ଅଟକାଇ ସାନିଟାଇଜରରେ ହାତ ଧୋଇବା ସହ ମାସ୍କ ବଣ୍ଟନ କରି ହେଲମେଣ୍ଟ ପିନ୍ଧି ଓ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ କମିଟିର ସଦସ୍ୟ ଅନୂରୋଧ କରିଥିଲେ।