ଭଦ୍ରକ:ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟରାସ୍ତା କଖାରୁଡ଼ିହି ଛକ ନିକଟରେ ଦୁର୍ଘଟଣା । ଏକ ପିକ ଅପ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ଏନଏସି 2 ନମ୍ବର ଓ୍ବାର୍ଡର ନିତ୍ୟାନନ୍ଦ ମହାନ୍ତି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।
ସଡକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୁଖ୍ୟରାସ୍ତା ଅବରୋଧ - road accident in bhadrak district, one death
ଭଦ୍ରକ କଖାରୁଡ଼ିହି ଛକରେ ସଡକ ଦୁର୍ଘଟଣା । ବୃଦ୍ଧଙ୍କ ମୃତ୍ୟୁ ନେଇ ତାତିଲେ ଲୋକେ । ଅଧିକ ପଢନ୍ତୁ....
ସଡକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ
ସଡକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ
ଖବରପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚିଥିଲା । ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ