ଭଦ୍ରକ: ପିକଅପ ଭ୍ଯାନ ଓଲଟି 4 ବୋଲବମ ଭକ୍ତ ଆହତ। ଘଟଣାଟି ଘଟିଛି 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନଳାଙ୍ଗ ଛକ ନିକଟରେ । ଘଟଣାରେ ଆହତ କାଉଡିଆଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ପିକଅପ ଭ୍ଯାନ ଓଲଟି 4 ବୋଲବମ ଭକ୍ତ ଆହତ - bhadrak
ଜଳାଭିଷେକ ସାରି ଘରକୁ ଫେରୁଥିବା ସମୟରେ ପିକଅପ ଭ୍ୟାନ ଓଲଟି 4 ଜଣ କାଉଡିଆ ଆହତ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ସୂଚନାନୁଯାୟୀ, ବାସୁଦେବପୁର ବ୍ଲକ ବାରାପୁର ଗାଁରୁ 12 ଜଣ ବୋଲବମ ଭକ୍ତ ପାଣି ନେଇ ପୁରୀ ଲୋକନାଥ ମନ୍ଦିର ଯାଇଥିଲେ। ପାଣି ଢାଳି ଆଜି(ସୋମବାର) ଘରକୁ ଫେରୁଥିବା ସମୟରେ ନଳାଙ୍ଗ ଠାରେ ଭାରସାମ୍ୟ ହରାଇ ପିକଅପ ଭ୍ଯାନଟି ଓଲଟି ପଡିଥିଲା । ଫଳରେ ଚାରି ଜଣ କାଉଡିଆ ଆହତ ହୋଇଥିବାବେଳେ ଅନ୍ୟ କାଉଡିଆ ଭକ୍ତ ମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ