ଭଦ୍ରକ: ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବୋଲେରୋ । ନଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ଵରପୁର ଅଞ୍ଚଳରୁ ଏକ ବୋଲେରୋ ତିହିଡି ବ୍ଲକ ଅନ୍ତର୍ଗତ ପିରହାଟକୁ ଆସୁଥିଲା । ସୂଚନା ଅନୁଯାୟୀ ଦୃତ ଗତିରେ ଆସୁଥିବା ଏହି ବୋଲେରୋଟି ଭଦ୍ରକ-ଚାନ୍ଦବାଲି ରାସ୍ତାର ନାଲଗୁଣ୍ଡା ଠାରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ଏଗାର ଜଣ ଯାତ୍ରୀଙ୍କ ମଧ୍ୟରୁ ନଅ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।