ଭଦ୍ରକ:ଲଗାଣ ବର୍ଷା ଓ ବନ୍ୟା ପରେ ଫାଟିଲା ନଦୀବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକ ସାହି ଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଗେଙ୍ଗୁଟି ନଦୀରେ ପ୍ରାୟ 200 ଫୁଟ ଫାଟ ସୁଷ୍ଟି ହେଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ନଦୀ ବନ୍ଧ ଫାଟିବା ସହ ବନ୍ଧ ଧସିଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।
ଲଗାଣ ବର୍ଷାର ପ୍ରଭାବ; ଗେଙ୍ଗୁଟି ନଦୀ ବନ୍ଧରେ 200 ଫୁଟର ଫାଟ - ଗେଙ୍ଗୁଟି ନଦୀ ବନ୍ଧରେ ଫାଟ
ଲଗାଣ ବର୍ଷା ଓ ବନ୍ୟା ପରେ ଫାଟିଲା ନଦୀବନ୍ଧ । ଭଦ୍ରକ ରାମେଶ୍ୱରପୁର ମଳିକ ସାହି ଠାରେ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...
ଲଗାଣ ବର୍ଷାର ପ୍ରଭାବ; ଗେଙ୍ଗୁଟି ନଦୀ ବନ୍ଧରେ 200 ଫୁଟର ଫାଟ
ପ୍ରକାଶ ଥାଉକି, ବାରମ୍ବାର ମରାମତି ସତ୍ତ୍ୱେ ବନ୍ଧ ଧସୁଛି । ତେବେ ମରାମତି ବେଳେ ନୂଆ ମାଟି ପକାଇବା ସହ ଠିକ ଭାବେ ରୋଲିଂ ହେଉନଥିବା ଯୋଗୁ ନଦୀ ବନ୍ଧରେ ଫାଟ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ