ଭଦ୍ରକ: ଭଦ୍ରକ ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 7 ଟି ବ୍ଲକ ଅନ୍ତର୍ଗତ 218 ଟି ପଞ୍ଚାୟତରୁ 30,356 ଜଣ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ରେଜିଷ୍ଟ୍ରେସନ କରି ଥିବାବେଳେ ଜିଲ୍ଲାର 2 ଟି ମୁନିସିପାଲିଟି ଓ 2 ଟି ଏନଏସି ଅନ୍ତର୍ଗତ 79 ଟି ୱାର୍ଡ଼ରୁ 1774 ଜଣ ପ୍ରବାସୀ ଓଡିଆ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି। ତେବେ ଅଦ୍ୟାବଧି ମୋଟ 32,130 ଜଣ ପ୍ରବାସୀ ଓଡିଆ ଭଦ୍ରକ ଜିଲ୍ଲାକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଫେରିବେ ପ୍ରବାସୀ, ଭଦ୍ରକ ଜିଲ୍ଲା ପ୍ରଶାସନର ପାକ୍ ପ୍ରସ୍ତୁତି - ଭଦ୍ରକ ଜିଲ୍ଲା ପ୍ରଶାସନ
ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 7 ଟି ବ୍ଲକ ଅନ୍ତର୍ଗତ 218 ଟି ପଞ୍ଚାୟତରୁ 30,356 ଜଣ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ରେଜିଷ୍ଟ୍ରେସନ କରି ଥିବା ବେଳେ, ଜିଲ୍ଲାର 2 ଟି ମୁନିସିପାଲିଟି ଓ 2 ଟି ଏନଏସି ଅନ୍ତର୍ଗତ 79 ଟି ୱାର୍ଡ଼ରୁ 1774 ଜଣ ପ୍ରବାସୀ ଓଡିଆ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି। ପଢନ୍ତୁ ଅଧିକ ଖବର...
returning-expatriates-pak-preparations-of-the-bhadrak-district-administration
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ