ଓଡିଶା

odisha

ETV Bharat / state

ଭଦ୍ରକରୁ ବିରଳ ମାଛ ଉଦ୍ଧାର - ଭଦ୍ରକରୁ ବିରଳ ମାଛ ଉଦ୍ଧାର

ଚାନ୍ଦବାଲି ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର। ସୂଚନା ଅନୁଯାୟୀ ଚାନ୍ଦବାଲିର ଜଣେ ଧୀବର ସମୁଦ୍ରରୁ ଏହି ବିରଳ ପ୍ରଜାତିର ମାଛ ଧରିଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକରୁ ବିରଳ ମାଛ ଉଦ୍ଧାର
ଭଦ୍ରକରୁ ବିରଳ ମାଛ ଉଦ୍ଧାର

By

Published : Oct 7, 2020, 8:40 PM IST

ଭଦ୍ରକ: ଚାନ୍ଦବାଲି ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର। ସୂଚନା ଅନୁଯାୟୀ ଚାନ୍ଦବାଲିର ଜଣେ ଧୀବର ସମୁଦ୍ରରୁ ଏହି ବିରଳ ପ୍ରଜାତିର ମାଛ ଧରିଛନ୍ତି । ଏହି ମାଛଟି ଦେଖିବାକୁ ଆକର୍ଷଣୀୟ। ମାଛର କାତି ନାହିଁ। ପିଠି ଉପରେ ଶକ୍ତ କଣ୍ଟା ରହିଛି। ଏଥିସହ ଦେହସାରା ମଧ୍ଯ ତୀକ୍ଷ୍ଣ କଣ୍ଟା ରହିଥିବାବେଳେ ତଳ ପଟେ ଏହାର ପାଟି ରହିଛି ।

ଭଦ୍ରକରୁ ବିରଳ ମାଛ ଉଦ୍ଧାର

ବିଲେଇ ପରି ମୁହଁ ହୋଇଥିବାରୁ ଏହାକୁ କ୍ୟାଟ୍ ଫିସ୍‌ କହିଥାନ୍ତି ବୋଲି ଜଣାପଡିଛି । ସାଧାରଣତଃ ବାହାର ଦେଶରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳନ୍ତି ବୋଲି ସୂଚନା ମିଳିଛି । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ବେଷଣରେ ଏହି ପ୍ରଜାତିର ମାଛ ଓଡ଼ିଶା ପୂର୍ବ ଉପକୂଳକୁ ଆସିଥିବା ଅନୁମାନ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details