ଓଡିଶା

odisha

By

Published : Feb 23, 2022, 12:39 PM IST

ETV Bharat / state

Repolling: କଡ଼ା ସୁରକ୍ଷା ବଳୟରେ ଭୋଟ ଦେଉଛି ଭଦ୍ରକ

ଭଦ୍ରକ ଜିଲ୍ଲାରେ ଚାଲିଛି ସାନି ମତଦାନ। ବିଭିନ୍ନ ବ୍ଲକର 3 ଟି ପଞ୍ଚାୟତର 6 ଟି ବୁଥରେ ଜନତା ମତଦାନ କରୁଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ କେନ୍ଦ୍ରରେ ଘଟିଥିବା ହିଂସାକୁ ନେଇ ମତଦାନ ବାତିଲ ହୋଇଥିବା ବୁଥ ମାନଙ୍କରେ ପୁନଃ ମତଦାନ ପ୍ରକ୍ରିୟା ଚାଲିଛି। ଅଧିକ ପଢ଼ନ୍ତୁ

repolling for panchayat election in bhadrak
Repolling: କଡ଼ା ସୁରକ୍ଷା ବଳୟରେ ଭୋଟ ଦେଉଛି ଭଦ୍ରକ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚାଲିଛି ସାନି ମତଦାନ। ବିଭିନ୍ନ ବ୍ଲକର 3 ଟି ପଞ୍ଚାୟତର 6 ଟି ବୁଥରେ ଜନତା ମତଦାନ କରୁଛନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ କେନ୍ଦ୍ରରେ ଘଟିଥିବା ହିଂସାକୁ ନେଇ ମତଦାନ ବାତିଲ ହୋଇଥିବା ବୁଥ ମାନଙ୍କରେ ପୁନଃ ମତଦାନ ପ୍ରକ୍ରିୟା ଚାଲାଛି। ଭଦ୍ରକ ବ୍ଲକ ଅଧିନସ୍ତ ଚଣ୍ଡୀଗାଁ ଗ୍ରାମ ପଞ୍ଚାୟତର 1 ନମ୍ବର , 2 ନମ୍ବର , 3 ନମ୍ବର ଓ 4 ନମ୍ବର ବୁଥରେ ସାନି ମତଦାନ ଚାଲିଛି। ସେହିପରି ବନ୍ତ ବ୍ଲକ ଅଧିନସ୍ତ କେନ୍ଦୁଆପଦା ପଞ୍ଚାୟତର 15 ନମ୍ବର ବୁଥ ଏବଂ ଚାନ୍ଦବାଲି ବ୍ଲକର ନାଲଗୁଣ୍ଡା ପଞ୍ଚାୟତର 12 ନମ୍ବର ବୁଥରେ ଭୋଟ ଦେଉଛନ୍ତି ଜନତା।

Repolling: କଡ଼ା ସୁରକ୍ଷା ବଳୟରେ ଭୋଟ ଦେଉଛି ଭଦ୍ରକ

ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ସାନି ଭୋଟିଂ କରିବେ ମତଦାତା । ସକାଳ 9 ଟାରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଜାରି ରହିବ। ସମସ୍ତ ବୁଥରେ ସିସିଟିଭି, ଭିଡିଓ ଓ ଫଟୋ ଗ୍ରାଫର ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଆସନ୍ତା 25 ତାରିଖ ଦିନ ଜିଲ୍ଲାର ଅନ୍ୟ 11 ଟି ବୁଥରେ ସାନି ମତଦାନ ହେବ ବୋଲି ସୂଚନା ମିଳିଛି। ଅନ୍ୟ ପକ୍ଷରେ ଆସନ୍ତାକାଲି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ହେବ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details