ଭଦ୍ରକ: ବିରଳ ପ୍ରଜାତିର କଇଁଚ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳେ ଚାଷୀ ବିଲରେ ହଳ କରୁଥିବା ସମୟରେ ବିରଳ କଇଁଚ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଚାନ୍ଦବାଲି ବନବିଭାଗ ପହଞ୍ଚି କଇଁଚଟିକୁ ଉଦ୍ଧାର କରିଛି ।
ଚାନ୍ଦବାଲିରୁ ବିରଳ ହଳଦିଆ କଇଁଚ ଉଦ୍ଧାର
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁରେ ବିରଳ ପ୍ରଜାତିର ହଳଦିଆ କଇଁଚକୁ ଉଦ୍ଧାର କରାଯାଇଛି । ଜଣେ ଚାଷୀ ବିଲରେ ହଳ କରୁଥିବା ସମୟରେ ଏହି କଇଁଚଟିକୁ ଧରିଥିଲେ। ଅଧିକ ପଢନ୍ତୁ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗାଁରେ ଏକ ବିରଳ ପ୍ରଜାତିର ହଳଦିଆ କଇଁଚକୁ ଉଦ୍ଧାର କରାଯାଇଛି । ବେନ୍ତାଳପୁର ଗ୍ରାମର ଜଣେ ଚାଷୀ ବିଲରେ ହଳ କରୁଥିବା ସମୟରେ ଏହି କଇଁଚଟିକୁ ଧରିଥିଲେ । ସେ ଏହାକୁ ନେଇ ନିଜ ଘରକୁ ଆସିଥିଲେ । ଏହି ହଳଦିଆ ରଙ୍ଗର ବିରଳ ପ୍ରଜାତିର କଇଁଚକୁ ଦେଖିବାକୁ ଗାଁ ଲୋକଙ୍କ ଭିଡ ଜମିଥିଲା । ପରେ ଏନେଇ ଚାନ୍ଦବାଲି ବନବିଭାଗକୁ ଚାଷି ଜଣଙ୍କ ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ବନ ବିଭାଗର କର୍ମଚାରୀ ପହଂଚି ଏହି ବରଳ କଇଁଚଟିକୁ ଉଦ୍ଧାର କରିଥିଲେ। ତେବେ ଏହି ବିରଳ ପ୍ରଜାତିର ହଳଦିଆ କଇଁଚଟିକୁ ବୈତରଣୀ ନଦୀରେ ଛଡା ଯିବ ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ