ଭଦ୍ରକ: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିନସ୍ଥ ଭୁଇବୁତି ପଞ୍ଚାୟତରୁ । ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତାକୁ ନେଇ ଫାଣ୍ଡି ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ ।
ଗତ 8 ତାରିଖରେ ପୀଡିତା ବିଲରୁ ଫେରୁଥିବା ବେଳେ ଅଭିଯୁକ୍ତ ବସନ୍ତ ଦାସ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକେ ମତୋ ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ସାତ ଦିନ ବିତି ଯାଇଥିଲେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ।