ଭଦ୍ରକ: ଓଡ଼ିଶାର ବଡ଼ ପର୍ବ ରଜ। ହେଲେ କୋରନା କାଳରେ ଏଥିରେ ଲାଗିଛି କଟକଣା। ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ଏଥିସହ ଜୁନ 30 ତାରିଖ ମଧ୍ୟରେ ସମସ୍ତ ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ରଜ ପର୍ବ ପାଳନରେ ଲଗିଲା କଟକଣା - ସର୍ବସାଧାରଣ ସ୍ଥାନରେ ରଜ ପର୍ବ ପାଳନ ଉପରେ କଟକଣା
ରଜ ମଉଜରେ ଗ୍ରହଣ ଲଗାଇଛି କୋରୋନା । ଭଦ୍ରକ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ରଜ ପର୍ବ ପାଳନ ଉପରେ ଲାଗିଛି କଟକଣା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...
![ରଜ ପର୍ବ ପାଳନରେ ଲଗିଲା କଟକଣା Raja festival will not be celebrated in public places, no Raja celebration in public places, bhadrak news, Corona, ରଜ ମଉଜ ଫିକା, ସର୍ବସାଧାରଣ ସ୍ଥାନରେ ରଜ ପର୍ବ ପାଳନ ଉପରେ କଟକଣା, ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ](https://etvbharatimages.akamaized.net/etvbharat/prod-images/768-512-7608001-thumbnail-3x2-raja.jpg)
ରଜ ପର୍ବ ପାଳନରେ ଲଗିଲା କଟକଣା
ରଜ ପର୍ବ ପାଳନରେ ଲଗିଲା କଟକଣା
ରଜ ମଉଜକୁ ଫିକା କରି ଦେଇଛି କୋରୋନା । ପର୍ବ ପାଳନ ବେଳେ ଭିଡ଼ ଉପରେ କଟକଣା ରହିଥିବା ବେଳେ । ସମସ୍ତ ସ୍ଥାନରେ ସାମାଜିକ ଦୂରତ୍ବ ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ଯଦି କୌଣସି ଦୋକାନୀ ସାମାଜିକ ଦୂରତା ନିୟମ ଉଲଙ୍ଘନ କରନ୍ତି, ତେବେ 15 ଦିନ ପର୍ଯ୍ୟନ୍ତ ସେହି ଦୋକାନ ଗୁଡିକ ସିଲ୍ କରିଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଚଳିତ ବର୍ଷ ରଜ ପର୍ବକୁ ସର୍ବସାଧାରଣ ସ୍ଥାନରେ ପାଳନ ନକରି, ଘରେ ରହି ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Jun 14, 2020, 5:37 AM IST