ଓଡିଶା

odisha

ETV Bharat / state

ତ୍ରୁଟିପୂର୍ଣ୍ଣ ହେଡୱାଲ, ବର୍ଷାଦିନେ ହୋଇପାରୁନି ଜଳ ନିଷ୍କାସନ - ବର୍ଷାଦିନେ ହୋଇପାରୁନି ଜଳ ନିଷ୍କାସନ

ତ୍ରୁଟିପୂର୍ଣ୍ଣ ହେଡୱାଲ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି କୁବେରା ବାସୀ। ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଚାଷ ଜମି ଜଳମଗ୍ନ। ପଚି ଗଲାଣି ରୁଆ ଧାନ।

Rainwater could not be drained during the rainy season
ବର୍ଷାଦିନେ ହୋଇପାରୁନି ଜଳ ନିଷ୍କାସନ

By

Published : Aug 16, 2020, 4:17 PM IST

ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ କୁବେରା ପଞ୍ଚାୟତ ବିଗତ 4 ଦିନ ହେଲା ଜଳମଗ୍ନ । ସାଳନ୍ଦି ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ଆହାରପଦା ଡ୍ୟାମ ଠାରୁ ଲିଙ୍ଗାଡି ପର୍ଯ୍ୟନ୍ତ ଲମ୍ବିଥିବା ଗୁପାଳିଆ କେନାଲରେ ଜଳ ନିଷ୍କାସନ ହୋଇପାରୁନଥିବାରୁ କୁବେରା ପଞ୍ଚାୟତରେ ଏହିପରି ଦୁରାବସ୍ଥା ହୋଇଥିବା ଅଭିଯୋଗ ହୋଇଛି।

ବର୍ଷାଦିନେ ହୋଇପାରୁନି ଜଳ ନିଷ୍କାସନ

ଲଗାଣ ବର୍ଷା ହେଲେ ଚାଷ ଜମିର ଜଳ ଏହି ଗୁପାଳିଆ କେନାଲ ଦେଇ ତଳମୁଣ୍ଡକୁ ଗଡି ଯାଉଥିବା ବେଳେ ବିଗତ କିଛି ବର୍ଷ ହେବ ନିସ୍କାସନ ହେଉନଥିବା ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି। କାରଣ ଏହି କେନାଲ ସ୍ଥିତ ଧଳିଛକ-ଗୁଡୁପାଳ ମଧ୍ୟରେ ଏକ ହେଡୱାଲ ନିର୍ମାଣ ହୋଇଛି। ମାତ୍ର ତାହା ତୃଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା କାରଣରୁ ଜଳ ନିଷ୍କାସନରେ ବାଧକ ସାଜୁଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ତେଣୁ ଉପରମୁଣ୍ଡର ଆବଶ୍ୟକ ଜଳ ତଳ ମୁଣ୍ଡକୁ ଯାଇପାରୁନଥିବା ଜଣାଯାଇଛି ।

ଏଥିସହ କେନାଲରେ ଜଙ୍ଗଲୀ ଦଳ ମଧ୍ୟ ଜଳ ନିଷ୍କାସନରେ ବାଧକ ସାଜୁଛି । କୁବେରା ପଞ୍ଚାୟତର ଇଟାଗଡି, କୁବେରା, ବିଲସାହି, ତୋଟାସାହି, ମାୟାଧରପୁର ଆଦି ଗାଁର ଚାଷ ଜମିରେ ପାଣି ଜମି ରହୁଛି । ଜଳ ନିଷ୍କାସନ ହେଉନଥିବାରୁ ଶହ ଶହ ଏକର ରୁଆ ଧାନ ପଚି ଗଲାଣି । ଚଳିତ ବର୍ଷ ଏପରିଭାବେ ଦୁଇଦୁଇ ଥର ଧାନ ପଚିବା ପରେ ଏବେ ତୃତୀୟ ଥର ପାଇଁ ଧାନ ରୁଆ ଯାଇଥିବା କହିଛନ୍ତି ଚାଷି।

ଏନେଇ ଚାଷୀଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ହେଡୱାଲର ପୁନଃ ନିର୍ମାଣ କରାଯାଇ ସେଠାର ସ୍ଲୁଇସ ଗେଟ କରିବା, କେନାଲରୁ ଚାଷ ଜମିକୁ ନିର୍ମାଣ ହୋଇଥିବା ଆଉଟଲେଟ ଗୁଡିକ ପ୍ରକୃତ ମେଜରମେଣ୍ଟ କରାଯାଇ ନୂଆକରି ନିର୍ମାଣ କରିବା ସହିତ ଦଳ ସଫା କରିବା ଓ ଇଟାଗଡିରୁ ଲିଙ୍ଗାଡି ପର୍ଯ୍ୟନ୍ତ ଏହି କେନାଲ ଖନନ କରାଗଲେ ଏପରି ସମସ୍ୟାରୁ ମୁକ୍ତି ମିଳିପାରିବା ବୋଲି ଚାଷୀମାନେ ଦାବି କରିଛନ୍ତି । ଏହି ସମସ୍ୟାର ସମାଧାନ କରା ନଗଲେ ଆଗାମି ଦିନରେ ଭଦ୍ରକସ୍ଥିତ ସାଳନ୍ଦି ଜଳସେଚନ ବିଭାଗୀୟ କାର୍ଯ୍ୟାଳରେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ହେଲେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ।

ଭଦ୍ରକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details