ଓଡିଶା

odisha

ETV Bharat / state

ଭଦ୍ରକରେ ଖୋଲିଲା ରେଲୱେ ସଂରକ୍ଷିତ ଟିକେଟ କାଉଣ୍ଟର - Railway reserved ticket counter Bhadrak

ଭଦ୍ରକ ରେ ଖୋଲିଲା ରେଲୱେ ସଂରକ୍ଷିତ ଟିକଟ କାଉଣ୍ଟର। ଏହି କାଉଣ୍ଟର ଖୋଲିବା ପରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା କିଛି ଲୋକ ଧାଡିରେ ଆସି ଭଦ୍ରକ ଷ୍ଟେସନରେ ଥିବା କାଉଣ୍ଟର ରୁ ଟିକେଟ କାଟିଥିଲେ।

Railway reserved ticket counter Bhadrak
ଭଦ୍ରକ ରେଲୱେ ଷ୍ଟେଶନ

By

Published : May 23, 2020, 7:53 PM IST

ଭଦ୍ରକ: ବହୁ ଦିନର ବ୍ୟବଧାନ ପରେ ଭଦ୍ରକରେ ଖୋଲିଲା ରେଲୱେ ସଂରକ୍ଷିତ ଟିକଟ କାଉଣ୍ଟର। କାଉଣ୍ଟର ଖୋଲିବା ପରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା କିଛି ଲୋକ ଧାଡିରେ ଆସି ଭଦ୍ରକ ଷ୍ଟେସନରେ ଥିବା କାଉଣ୍ଟରରୁ ଟିକେଟ କାଟିଥିଲେ।

ଭଦ୍ରକ ରେଲୱେ ଷ୍ଟେଶନ

ଟିକଟ କାଟୁଥିବା ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ସକାଳ 8 ଟା ରୁ ରାତି 10 ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲିବାକୁ ଥିବା ବେଳେ ମୋଟ 8 ଗୋଟି ଟ୍ରେନ ଚାଲିବାର ସୂଚନା ମିଳିଛି । ସେହିଭଳି ଭଦ୍ରକ ରୁଟରେ 6 ଟି ଟ୍ରେନ ଚାଲିବ। ପୁରୁଷୋତ୍ତମ ସ୍ପେସାଲ, ଜନଶତାବ୍ଦୀ ସ୍ପେସାଲ, ସିୟାଲଦା ପୁରୀ ସ୍ପେସାଲ, ଫଲକନାମା ସ୍ପେସାଲ, ଜଶୋବନ୍ତପୁର ସ୍ପେସାଲ, ଦୁରନ୍ତ ସ୍ପେସାଲ ଆଦି ଟ୍ରେନ ଚଳାଚଳ କରିବ।

ଭଦ୍ରକରୁ ଦେବାଷିଶ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details